ମୁଖ୍ୟ ଖବର କରୋନା ନେଲା ଯୋଦ୍ଧାଙ୍କ ଜୀବନ Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର କରୋନା ଆଉ ଜଣେ ଯୋଦ୍ଧାଙ୍କ ଜୀବନ ନେଇଛି । ମୃତକ ଜଣଙ୍କ ହେଲେ ଅନୁଗୁଳ ରିଜର୍ଭ କାର୍ଯ୍ୟାଳୟରେ କନେଷ୍ଟବଳ ଭାବେ କାର୍ଯ୍ୟରତ ସତ୍ୟବାଦୀ ଦେହୁରୀ । ତାଙ୍କ ନିଜସ୍ଵ ଘର ଛେଣ୍ଡିପଦା ଥାନା ବସନ୍ତପୁର । ସେ ଦୀର୍ଘଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ରାତି ପ୍ରାୟ ୧୧ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ପୁଲିସ ବିଭାଗ ସମେତ ଗାଁ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସତ୍ୟବାଦୀ ଜଣେ ଭଲ ଭଲିବଲ ଖେଳାଳି ଭାବିବେ ଜିଲ୍ଲାରେ ବେଶ ଜଣାଶୁଣା ଥିଲେ । ଏହା ସହ ଜଣେ ମିଷ୍ଟଭାଷୀ , ଆମାୟିକ ଓ ପରୋପକାରୀ ଭାବରେ ତାଙ୍କର ବେଶ ସୁନାମ ଥିଲା । Advertisement
ଅନୁଗୁଳରେ ନଥିବା ଅଧିକାରୀ ବି ଭସାଣି କମିଟିରେ ଅନୁଗୁଳ – ଅନୁଗୁଳ ସହରର ଗଣେଶ ପୂଜା ଭସାଣିକୁ ନେଉ ଦ୍ଵନ୍ଦ ବହୁ କଷ୍ଟରେ ତୁଟି ଥିବା ବେଳେ ଉପ-ଜିଲ୍ଲାପାଳଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା ।…
ଦେଢ଼ କୋଟି ଟଙ୍କାର ବାଣ ଜବତ – ୧୩ ଜଣ ଗିରଫ ଅନୁଗୁଳ – ବେଆଇନ ବାଣ ଗଛିତ ରଖିଥିବା ବେପାରୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରି ପ୍ରାୟ…
ସ୍ୱାମୀ-ସ୍ତ୍ରୀ ହତ୍ୟାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ଅନ୍ତର୍ଗତ ରଇଡ଼ା ଗ୍ରାମର ରବୀନ୍ଦ୍ର ଭୋଇଙ୍କୁ ଏକ ହତ୍ୟା ଘଟଣା ରେ ଶୁକ୍ରବାର ଆଠମଲ୍ଲିକ ଅତିରିକ୍ତ…