ମୁଖ୍ୟ ଖବର କରୋନା ନେଲା ଯୋଦ୍ଧାଙ୍କ ଜୀବନ Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର କରୋନା ଆଉ ଜଣେ ଯୋଦ୍ଧାଙ୍କ ଜୀବନ ନେଇଛି । ମୃତକ ଜଣଙ୍କ ହେଲେ ଅନୁଗୁଳ ରିଜର୍ଭ କାର୍ଯ୍ୟାଳୟରେ କନେଷ୍ଟବଳ ଭାବେ କାର୍ଯ୍ୟରତ ସତ୍ୟବାଦୀ ଦେହୁରୀ । ତାଙ୍କ ନିଜସ୍ଵ ଘର ଛେଣ୍ଡିପଦା ଥାନା ବସନ୍ତପୁର । ସେ ଦୀର୍ଘଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ରାତି ପ୍ରାୟ ୧୧ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ପୁଲିସ ବିଭାଗ ସମେତ ଗାଁ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସତ୍ୟବାଦୀ ଜଣେ ଭଲ ଭଲିବଲ ଖେଳାଳି ଭାବିବେ ଜିଲ୍ଲାରେ ବେଶ ଜଣାଶୁଣା ଥିଲେ । ଏହା ସହ ଜଣେ ମିଷ୍ଟଭାଷୀ , ଆମାୟିକ ଓ ପରୋପକାରୀ ଭାବରେ ତାଙ୍କର ବେଶ ସୁନାମ ଥିଲା । Advertisement
ଟ୍ରକ ସହ ଧକ୍କା ହୋଇ ୨ ମୋଟରସାଇକେଲ ଆରୋହୀ ମୃତ ଅନୁଗୁଳ – ସଡକ ଦୁର୍ଘଟଣାରେ ୨ ମୃତ । ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ ୬୩ ର ମାଳିବ୍ରାହ୍ମଣୀ ନିକଟରେ ଟ୍ରକକୁ ମୋଟରସାଇକେଲ ଧକ୍କା ଦ୍ଵବା ଫଳରେ…
୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କରିବା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…
କାର୍ତ୍ତିକେଶ୍ୱର ଭଷାଣ ବେଳେ ଆକ୍ରମଣ – ଗୋଟିଏ ପରିବାରର ୧୦ ଆହତ ଅନୁଗୁଳ – ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ, ୧୦ ଗୁରୁତର । ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଗ୍ରାମରେ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି…