ଅପରାଧ କୁରକୁରେ ଆଳରେ ୫ ବର୍ଷ ନାବାଳିକା ସହ ଦୁଷ୍କର୍ମ କଲା ସମ୍ପର୍କୀୟ କକା Angul OnlineJuly 21, 2024July 21, 2024 ପାଲଲହଡା – ଅନୁଗୁଳ ଜିଲା ପାଲଲହଡା ଥାନା ଅଞ୍ଚଳରେ ଜଣେ ୫ ବର୍ଷ ର ନାବାଳିକାକୁ ନିଜ ସମ୍ପର୍କୀୟ କକା ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଉଦୟ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଆରୀକୁ ଘରେ ଏକା ପାଇ ପାଖ ଦୋକାନରୁ କୁରକୁରେ ଖାଇବାକୁ କହି ନିଜ ସହିତ ନେଇଯାଇଥିଲେ । ପରେ ଗାଁ ମୁଣ୍ଡରେ ଥିବା ଅଙ୍ଗନବାଡି ଘରେ ଉକ୍ତ ନାବାଳିକା ଝିଆରୀଙ୍କ ସହ ଦୁଷ୍କର୍ମ କରିଥିଲା । ଦୀର୍ଘ ସମୟ ପରେ ଝିଅ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବା ପରେ ଅଙ୍ଗନବାଡି ଘର ନିକଟରୁ ଉଦ୍ଧାର କରିଥିଲେ । ଝିଅ ଠାରୁ ସବୁ କଥା ଶୁଣିବା ପରେ ପରିବାର ପକ୍ଷରୁ ଅଭିଯୁକ୍ତ ଉଦୟଙ୍କ ବିରୁଦ୍ଧରେ ପାଲଲହଡା ଥାନାରେ ଏତଲା ଦିଆଯାଇଥିଲା । ଉକ୍ତ ଏତଲା ଆଧାରରେ ପୂଲିସ ଅଭିଯୁକ୍ତ ଉଦୟକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । Advertisement
ଡକାୟତି ଯୋଜନା ବେଳେ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ପୁଲିସ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଲେଜ ପଡିଆ ନିକଟ ଜଙ୍ଗଲ ପାଖରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଡକାୟତ ଗ୍ୟାଙ୍ଗକୁ ତାଳଚେର ପୁଲିସ କାବୁ…
କୁକୁରକୁ ହତ୍ୟା ଅଭିଯୋଗ ଅନୁଗୁଳ – ପୋଷା କୁକୁରକୁ ପୁଅ ପରି ପାଳିଥିଲେ । ଛୋଟ ବେଳରୁ ସ୍ନେହ ଅଜାଡି ବଡ କରିଥିଲେ । ଚାରି ବର୍ଷରେ ଘରର ସହସ୍ୟ ପାଳଟି…
ଘର ତାଲା ଭାଙ୍ଗି ଲୁଟି ନେଲେ ଟଙ୍କା , ସୁନା , ସ୍କୁଟି ସହ ବାସନକୁସନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମହାଦେବବିହାର ଅଞ୍ଚଳରେ ଘର ଲୋକ ନଥିବା ବେଳେ ତାଲା ଭାଙ୍ଗି ଏକ ବଡ଼ ଧରଣର ଲୁଟ ହୋଇଛି । ଖବର…