ସମସ୍ୟା ଆରଡବ୍ଲୁଏସଏସ ଦ୍ୱାରା କୋଟି କୋଟି ଟଙ୍କାର ଦୁର୍ନୀତି – କଂଗ୍ରେସ Angul OnlineJuly 16, 2023July 16, 2023 ତାଳଚେର – ତାଳଚେର କଂଗ୍ରେସ ପକ୍ଷରୁ ଆରଡବ୍ଲୁଏସଏସ ଦ୍ୱାରା ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ ଆରଡବ୍ଲୁଏସଏସ ପକ୍ଷରୁ ଗତ 2014 ମସିହାରୁ 2021 ମସିହା ପର୍ଯ୍ୟନ୍ତ ହୋଇଥିବା ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ 20 କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିଭିନ୍ନ ପାଣ୍ଠିରୁ ଅନୁଦାନ ଦିଆଯାଇଥିଲେ ମଧ୍ୟ ଆରଡ଼ବ୍ଲୁଏସଏସ ପକ୍ଷରୁ 11 ସହ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଲୋକଙ୍କ ନିକଟରେ ପାନୀୟ ଜଳ ସଠିକ ରୂପେ ପହଁଚି ନଥିବା ଅଭିଯୋଗ ଆଣିଛି କଂଗ୍ରେସ । ଯାହାକୁ ନେଇ ସୂଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ପାଇବା ପରେ ଏହି କାର୍ଯ୍ୟରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରି ସରକାର ଉପଯୁକ୍ତ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି କଂଗ୍ରେସ । https://angulonline.com/odia/wp-content/uploads/2023/07/WhatsApp-Video-2023-07-16-at-22.09.26.mp4 Advertisement
ସାତ ମାସ ହେଲା ଦରମା ପାଇନାହାନ୍ତି ଆଶାକର୍ମୀ, ଜିଲ୍ଲାପାଳଙ୍କ ନିକଟରେ କଲେ ଅଭିଯୋଗ ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ସେକ୍ଟରର ସମସ୍ତ ଆଶା କର୍ମୀ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଆଶା କର୍ମୀଙ୍କ ଅଭିଯୋଗ ହେଲା ଯେ ଦୀର୍ଘ…
ଆର.ଟି.ଓ ନିଯୁକ୍ତି ଦାବୀ ଅନୁଗୁଳ – ଅନୁଗୁଳ ଗସ୍ତରେ ଥିବା ବାଣିଜ୍ୟ ଓ ପରିବହନ ସଚ୍ଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ ଅନୁଗୁଳ ସଚେତନ ନାଗରିକ ମାନଙ୍କ ପକ୍ଷରୁ ଅନୁଗୁଳ ଆଞ୍ଚଳିକ ପରିବହନ…
ଠିକା କର୍ମଚାରୀଙ୍କ ଦରମା ଟଙ୍କାରେ ସୁଧ ବେପାର !!!! ଅନୁଗୋଳ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖଟୁଛନ୍ତି ଆଉଟସୋରସିଂ କର୍ମଚାରୀ । ସକାଳରୁ ସଞ୍ଜ , ନିର୍ଘାତ ଖଟୁଛନ୍ତି । ଡ୍ୟୁଟିକୁ ଆସିବା ପରଠୁ ସାଧାରଣ ଲୋକ…