ଆଞ୍ଚଳିକ ଟ୍ରକ ଧକ୍କାରେ ମହିଳା ମୃତ Angul OnlineJuly 16, 2023July 16, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ଦେଈ ଯାଇଥିବା ଅନୁଗୋଳ ସମ୍ବଲପୁର 55ନଂ ଜାତୀୟ ରାଜପଥର ଭାଗିରଥିପୁର ଛକରେ ରବିବାର ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଜରପଡ଼ା ଥାନା ଭାଗିରଥୀପୁର ଗାଁର ସ୍ୱର୍ଗତ ବିଦେଶୀ ସାହୁଙ୍କ ସ୍ତ୍ରୀ ଝଟକ ସାହୁ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଝଟକ ଝିଅ ଘରକୁ ଯିବା ପାଇଁ ଭାଗିରଥିପୁର ଛକ ଠାରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ସମ୍ବଲପୁର ଆଡୁ ଅନୁଗୋଳ ଆଡ଼େ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଝଟକଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ଘଟାଇ ଟ୍ରକଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ତାକୁ ଗୋଡ଼ାଇ ସାନ୍ତାରାପୁର ଠାରେ ଅଟକାଇ ପୁଲିସର ଜିମା ଦେଇଥିଲେ । ଜରପଡ଼ା ପୁଲିସ ମୃତଦେହକୁ ଜବତ କରିବା ସହିତ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୋଲିସ ଟ୍ରକକୁ ଜବତ କରି ତଦନ୍ତ କରୁଛି । ଟ୍ରକ ଚାଳକ ଥାନାରେ ଅଟକ ଅଛି । Advertisement
ଧୁମଧାମରେ ପାଳନ ହେଉଛି ମା ବାସନ୍ତୀ ପୂଜା ଅନୁଗୋଳ – ଅନୁଗୋଳ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେଆଜି…
ଭଡାଟିଆଙ୍କ ମାଡରେ ଘର ମାଲିକିଆଣୀ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗ୍ରାମରେ ଆଜି(ଶନିବାର) ଦ୍ବିପ୍ରହର ବେଳା ଭଡାଟିଆଙ୍କ ମାଡରେ ଘର ମାଲିକାଣୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ…
ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା…