ମୁଖ୍ୟ ଖବର ସୂଚନା ଫଳକ ଭାଙ୍ଗିଲେ ବିଜେପି କର୍ମୀ !! Angul OnlineJuly 16, 2023July 16, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ଗ୍ରାମ ପଞ୍ଚାୟତର କୁମ୍ଭରିଆ ସେତୁ ଉଦଘାଟନ ଫଳକ ଭଙ୍ଗାକୁ ନେଇ ଶାସକ ଦଳ କର୍ମୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି । ଘଟଣାରୁ ପ୍ରକାଶ କମ୍ପସଲା ଗ୍ରାମ ପଞ୍ଚାୟତର ଜଣେ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବିଜେପି କର୍ମୀ ବୋଲି ଅଭିଯୋଗ କରିଛି ବିଜେଡି । ଶାସକ ଦଳ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିବା ସହିତ ପଞ୍ଚାୟତରେ କୌଣସି ଠାରେ ବିଜେଡି ଫଳକ ଲାଗିବ ନାହିଁ କହି ଗ୍ରାମର କୁମ୍ଭାରୀଆ ସେତୁର ଉଦଘାଟନରେ ଲାଗିଥିବା ଫଳକକୁ ହାତରେ ମାରଣା ଅସ୍ତ୍ର ଧରି ଫଳକ ଭାଙ୍ଗି ଦେଇଛନ୍ତି । ଯାହାକୁ ନେଇ ପଞ୍ଚାୟତରେ ଥିବା ବିଜୁ ଜନତା ଦଳ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । Advertisement
ଅନୁଗୁଳରୁ ୨୨ ଟନ ପ୍ଲାଷ୍ଟିକ ଆବର୍ଜନା ଯିବ ରାଜଗାଙ୍ଗପୁର ଅନୁଗୁଳ – ଅନୁଗୁଳ ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବା ବେଳେ ଅନୁଗୁଳ ସହରର ଜନ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ଯେଉଁଥିପାଇଁ…
ବ୍ୟବସାୟୀଙ୍କ ଘରେ GST ଚଢ଼ାଉ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର କୁମୁଣ୍ଡାର ଟାୟାର ବ୍ୟବସାୟୀଙ୍କ ଘରେ GST ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇଛି । କୁମୁଣ୍ଡା ଗାଁର ବିରଞ୍ଚି ନାରାୟଣ…
ଦଶମ ଶ୍ରେଣୀ ଛାତ୍ରଙ୍କ କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ ଅନୁଗୁଳ – ଦଶମ ଶ୍ରେଣୀ ଛାତ୍ରଙ୍କ କଟୁରି ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ । ସ୍କୁଲ ଛୁଟି ବେଳେ ଏଭଳି ଘଟଣା ଘଟିଥିବା ବେଳେ ସାଇକେଲ…