ମୁଖ୍ୟ ଖବର ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ Angul OnlineJuly 1, 2021July 1, 2021 ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ସରଧାପୁର ଗ୍ରାମର ଟିକନ ମହାନ୍ତି ବୋଲି ଜଣା ପଡିଛି । ସୂଚନା ଅନୁସାରେ ଟିକନ ରେଙ୍ଗାଳି ଗାଁ ରେ ଥିବା ତାଙ୍କ ଶଶୁର ଘରକୁ ଆସିଥିବା ବେଳେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧେଇବା ସମୟରେ ଗୋଦା ଖସି ଯିବାରୁ ନଦୀର ପ୍ରଖର ସ୍ରୋତ ଭାସି ଯାଇଥିଲେ । ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ଓ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ । ତେବେ ଖବର ଲେଖାଯିବା ଯାଏ ଉଦ୍ୟମ ଜାରି ରଖା ଯାଇଥିବା ବେଳେ ଟିକନଙ୍କୁ ଠାବ କରାଯାଇ ପାରି ନାହିଁ । Advertisement
ଜାତୀୟ ରାଜପଥ ୫୫ ପାଇଁ ଗଣଧାରଣା ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଦୀର୍ଘ ବର୍ଷ ହେଲା ରାସ୍ତାର ମରାମତି କରା…
ତାଳଚେର ମେଡ଼ିକାଲ କଲେଜକୁ ଶୀଘ୍ର କାର୍ଯ୍ଯକ୍ଷମ କରିବା ଉପରେ ସରକାରଙ୍କ ପ୍ରାଥମିକତା ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଖୁବ୍…
କୋଇଲା ପରିବହନକୁ ୪ ଟି ଗ୍ରାମବାସୀଙ୍କ ତୀବ୍ର ବିରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନୈନି କୋଇଲା ଖଣିରୁ କୋଇଲା ପରିବହନ ପାଇଁ ପ୍ରଶାସନ ପକ୍ଷରୁ କରାଯାଉଥିବା ସମନ୍ୱୟ ବୈଠକରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା…