ମୁଖ୍ୟ ଖବର ବିଦ୍ୟୁତ ତାର ମରାମତି ବେଳେ ଠିକା କର୍ମଚାରୀ ମୃତ Angul OnlineJuly 16, 2021July 16, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣିର ବଲଣ୍ଡା ଠାରେ ବିଦ୍ୟୁତ ତାର ଟାଣୁଥିବା ବେଳେ ଏକ ଅଘଟଣ ଘଟି ଯାଇଛି । ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କୁରେହିଁପାଳ ଗାଁର ଅମର ବେହେରା ବୋଲି ଜଣା ପଡିଛି । ସୂଚନା ଅନୁସାରେ ଜଗନ୍ନାଥ କୋଇଲାଖଣିର ବଲଣ୍ଡା ଠାରେ ଏକ ପୁରୁଣା ୧୧ କେଭି ଲାଇନ ଖରାପ ଥିବାରୁ ସେହି ବିଦ୍ୟୁତ ତାରକୁ ସଜାଡ଼ିବା ପାଇଁ ଠୀକାଦାର ସଂଜୀବ ଶତପଥୀଙ୍କର ଠିକା ଶ୍ରମିକ ପହଞ୍ଚି କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ଖୁଣ୍ଟରେ ଚଢ଼ି ତାରକୁ ଛୁଇଁବା ବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଖୁଣ୍ଟ ତଳକୁ ପଡ଼ି ଯାଇଥିଲେ । ତାଙ୍କ ଶରୀର ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କ୍ଷଣି ଏକ ବିସ୍ପୋଟ ହୋଇ ଶରୀରରୁ ମୁଣ୍ଡଟି ଅଲଗା ହୋଇଯାଇଥିଲା । ଯାହାଫଳରେ ମୁଣ୍ଡ ଏବଂ ଶରୀରଟି ଅଲଗା ଅଲଗା ହୋଇ ତଳେ ପଡ଼ିଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । କ୍ଷତିପୂରଣ ଦାବିରେ ଲୋକ ଆନ୍ଦୋଳନରେ ବସିଥିଲେ । ପରେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧନଙ୍କ ହସ୍ତକ୍ଷେପ ପରେ ଏମସିଏଲ ପକ୍ଷରୁ ମୃତକନକ ପରିବାରକୁ କ୍ଷତିପୂରଣ ବାବଦରେ ୩୦ ଲକ୍ଷ ଟଙ୍କାର ଚେକ ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । Advertisement
ପରୀକ୍ଷା ବେଳେ ମହାବିଦ୍ୟାଳୟରେ ଅବ୍ୟବସ୍ଥା ଅନୁଗୁଳ – ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟଳୟରେ ପରୀକ୍ଷା ସମୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି ।ଆଉ ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି…
ରାମନବମୀରୁ ଗଡିବ ପୁରୀ-ସମ୍ବଲପୁର ଇଣ୍ଟରସିଟି ଅନୁଗୁଳ – ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି । ଏ ନେଇ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ ନିଷ୍ପତ୍ତି ନେଇତଥିବା ବେଳେ ଏ ସମ୍ପର୍କରେ ଯଥା…
ଇକୋ ପାର୍କରେ ଉଦଘାଟନ ପରେ ଫଳକ ଭଙ୍ଗା – ପୁଲିସର ଛାନଭିନ ଅନୁଗୁଳ – ସ୍ବାଧୀନତା ଦିବସ ଅବସରରେ ଅନୁଗୁଳ ଇକୋ ପାର୍କରେ ମ୍ୟୁଜିକାଲ ଫାଉଣ୍ଟେନ ଉଦ୍ଘାଟିତ ହୋଇଥିଲା । ଏଥିପାଇଁ ଅତିଥିଙ୍କ ନାମ ଥାଇ ଏକ ଫଳକ…