ମୁଖ୍ୟ ଖବର ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା Angul OnlineDecember 14, 2021December 14, 2021 ଭୁବନେଶ୍ଵର – ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୁଲିସ ଥାନା । ମଙ୍ଗଳବାର ଏନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି । ଏଭଳି ରାଜ୍ୟରେ ମୋଟ ୧୧ଟି ଥାନା ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିରେ ଅନୁଗୁଳ ଜିଲ୍ଲା ରହିଛି । ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ସଂପର୍କିତ ତଦନ୍ତ ନେଇ ଜିଲ୍ଲାରେ ସ୍ଵତନ୍ତ୍ର ଥାନା ନାହିଁ । ଅନ୍ୟ ଥାନା ଗୁଡ଼ିକରେ ହିଁ ଏସଂପର୍କିତ ମାମଲା ରୁଜୁ ହେଉଛି । ଫଳରେ ଅଭିଯୋଗକାରୀ ଉଚିତ ନ୍ୟାୟ ପାଇପାରୁ ନାହାନ୍ତି । ସେହିଭଳି ସାଧାରଣ ଥାନାରେ ସାଇବର୍ ଏବଂ ଅର୍ଥନୈତିକ ଅପରାଧ ରୋକିବା ପାଇଁ ତାଲିମ୍ପ୍ରାପ୍ତ ଅଧିକାରୀ ମଧ୍ୟ ନାହାନ୍ତି । ନୂତନ ଥାନା ଦ୍ଵାରା ଏସବୁ ସମସ୍ୟା ଦୂର ହେବ ବୋଲି ଆଶା ପ୍ରକାଶ କରାଯାଉଛି । https://angulonline.com/odia/wp-content/uploads/2021/12/WhatsApp-Video-2021-12-14-at-21.52.11.mp4 Advertisement
ନାଲକୋକୁ ପାଣି ଓ କୋଇଲା ଯୋଗାଣ ବନ୍ଦ କରିବାକୁ ଚେତାବନୀ ଅନୁଗୁଳ – ନାଲକୋ ଦ୍ବାରା କ୍ଷତିଗ୍ରସ୍ତ ୩ଟି ବିଧାନସଭା କ୍ଷେତ୍ର ତଥା ୩୯ଟି ଗ୍ରାମ ଏବଂ ନାଲକୋ ପ୍ରେରିତ ସ୍ପୋନସର୍ଡ ଆଇ.ଟି.ଆଇ ( ଏଲ୍.ଏ.ପି ) ୧୯୮…
କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା…
ଦୁର୍ଘଟଣାରେ ଜଣେ ମୃତ – ବାପ-ପୁଅ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମାଣପୁର ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ ଓ ପୁଅ ଆହତ…