ମୁଖ୍ୟ ଖବର ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ Angul OnlineDecember 15, 2021December 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ପୋଡାପଡା ଗ୍ରାମର ବାପୁଜୀ ସାହୁ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳିବା ସହିତ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଓ ସମ୍ପର୍କିୟ ମାନେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବାପୁଜୀଙ୍କର ଦେହ ୭୦ ଭାଗ ପୋଡିଯାଇଛି । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ସୂଚନା ଅନୁସାରେ ଗତ କିଛି ମାସ ପୂର୍ବେ ବଜ୍ରାଘାତରେ ତାଙ୍କ ବାପା ଧୀରେନ ସାହୁଙ୍କର ମୃତ୍ୟୁ ହୋଇଥିଲା । ବାପୁଜୀଙ୍କ ବାପାଙ୍କ ଏହି ମୃତ୍ୟୁ ପାଇଁ ସରକାରୀ ସହାୟତା ମିଳିଛି । ଏହି ସହାୟତା ଟଙ୍କାରୁ କିଛି ଟଙ୍କା ସେ ଘର ଲୋକକୁ ମାଗିଥିଲେ । ପରିବାର ଲୋକ ମନା କରିବାକୁ ସେ କୁଆଡେ ଏଭଳି ଉଦ୍ୟମ କରିଥିବା ଜଣା ପଡିଛି । ତେବେ ଏ ନେଇ ପୁଲିସ ପାଖରେ କୌଣସି ସୂଚନା ନଥିବା ଜଣା ପଡିଛି । Advertisement
ଅତିରିକ୍ତ ଏସ୍.ପି.ଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଗୁରୁବାର ସକାଳେ ଅକାଳ ବିୟୋଗ ହୋଇଛି । ସ୍ବର୍ଗତ ପାଣିଗ୍ରାହୀ ସକାଳେ ବଜାରରୁ…
ବିଫଳ ଅଧିକାରୀଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଶେଷକରି ଅନୁଗୁଳ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ପ୍ରଶାସନିକ ଅପରାଗତାକୁ ଦାୟି…
ଜାତୀୟ ରାଜପଥରେ ପୁଣି ଗଲା ଜୀବନ – ଅଜଣା ଗାଡି ଧକ୍କାରେ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ପଞ୍ଚମହଲାଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଡ଼େରଜାଙ୍ଗ ଗାଁର ୨୪…