ଆଞ୍ଚଳିକ ଟ୍ରକ ଦୁର୍ଘଟଣାରେ ମୋଟରସାଇକେଲ ଆରୋହୀ ମୃତ Angul OnlineDecember 15, 2021December 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଛକ ନିକଟରେ ଥିବା ଢ଼ାବା ସମ୍ମୁଖରେ ଏକ ମୋଟରସାଇକେଲକୁ ସାମ୍ନାରୁ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡା , ଖମାର ଅଞ୍ଚଳର ସନ୍ତୋଷ କୁମାର ଶେଠୀ ବୋଲି ଜଣା ପଡିଛି । ସୂଚନା ଅନୁସାରେଆ ସନ୍ତୋଷ କୁମାର ସେଠୀ ତାଙ୍କ ହୋଣ୍ଡା ସାଇନ ମୋଟରସାଇକେଲରେ ଜାତୀୟ ରାଜପଥ ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପାଇବାପରେ ସେହି ଅଞ୍ଚଳରେ ଶୋକରଛାୟା ଖେଳିଯିବା ସହ ଉତ୍ୟକ୍ତ ଅଞ୍ଚଳବାସୀ ଘଟଣା ସ୍ଥଳେ ରାସ୍ତାରୋକ କରିଥିଲେ । ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଯୁବକଙ୍କୁ ବ୍ୟବଚ୍ଛେଦ ପାଇଁ ତାଳଚେର ସରକାରୀ ଡ଼ାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ମୋଟରସାଇକେଲକୁ ଜବତ କରି ତଦନ୍ତ କରୁଛି । Advertisement
ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ବାରହା ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବନ ବିଭାଗ ଦ୍ଵାରା ୭ ଟି ବାରହା ଉଦ୍ଧାର କରା ଯାଇଛି । ତାଳଚେର ବ୍ଲକ ବିରବରପୁର ଅଞ୍ଚଳରେ କିଛିଦିନ…
ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା – ଜଣେ ମୃତ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଖେମଳା ଛକ ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା…
ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତାହାତୀ ର ଗଳିତ ମୃତଦେହ ଠାବ ହୋଇଛି…