ଆଞ୍ଚଳିକ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ବାରହା ଉଦ୍ଧାର Angul OnlineAugust 12, 2022August 12, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବନ ବିଭାଗ ଦ୍ଵାରା ୭ ଟି ବାରହା ଉଦ୍ଧାର କରା ଯାଇଛି । ତାଳଚେର ବ୍ଲକ ବିରବରପୁର ଅଞ୍ଚଳରେ କିଛିଦିନ ପୂର୍ବେ ତାଳଚେର ପ୍ରଶାସନ ତରଫରୁ ସରକାରୀ ଜମି ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ସେହି ଜବର ଦଖଲ ମଧ୍ୟରେ ବିରାଟ ଅଟ୍ଟାଳିକା ଭଙ୍ଗାଯିବା ପରେ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ରହିଯାଇଥିଲା । ସେହି ପାଇଖାନା ଟାଙ୍କିରୁ ମଇଳା ଖାଇବାକୁ ଯାଇ ୭ ଟି ଉର୍ଦ୍ଧ ବାରହା ଓ ବାରାହ ଶାବକ ବାହାରକୁ ବାହାରି ନପାରି ଫସି ରହିଥିଲେ । ଏ ଖବର ତାଳଚେର ବନପାଳ ଶ୍ରୀମତୀ ସୁକାନ୍ତି ଦେଇ କୌଣସି ସୁତ୍ରରୁ ଖବର ପାଇ ନିଜର ବନ କର୍ମଚାରୀ ଓ ପିଏଫଏ ଯବାନଙ୍କ ସହାୟତାରେ ସମସ୍ତ ବାରହା ଓ ଶାବକ ମାନଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ରାଣିପାର୍କ ଜଙ୍ଗଲରେ ଛାଡି ଦେଇଥିଲେ । Advertisement
ଜିଲ୍ଲା ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଇନ୍ସପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏସ୍ପିଙ୍କ ନିର୍ଦେଶରେ ୧୮ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଛି ।…
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର, ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟାଳୟ ଉଦ୍ଘାଟନ ଅନୁଗୁଳ – ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର, ଅଯୋଧ୍ୟା ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସ୍ଥାନୀୟ ମାରଓ୍ବାଡ଼ି ପଞ୍ଚାୟତ ଧର୍ମଶାଳା ଠାରେ ଏକ କାର୍ଯ୍ୟାଳୟ…
ବିଦ୍ୟୁତ ଦରଦାମ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଇଲେକ୍ଟ୍ରି ଅଫିସ ଘେରିଲା ବିଜେପି ଅନୁଗୁଳ – ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଅହେତୁକ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିଜେପି ବିକ୍ଷୋଭ ଚାଲିଥିବା ବେଳେ ଆଜି…