ମୁଖ୍ୟ ଖବର ବଦଳିଲେ ଦୁଇ ବିଡ଼ିଓ Angul OnlineAugust 12, 2022August 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ହୋଇଛି । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ନିର୍ଦେଶ ଦିଆ ଯାଇଥିବା ବେଳେ ଏଥିରେ ଅନୁଗୁଳ ଓ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ବଦଳି ନିର୍ଦେଶ ମଧ୍ୟ ଦିଆ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସନ୍ଧ୍ୟାଞ୍ଜଳି ମାଝୀଙ୍କୁ କାମାକ୍ଷାନଗର ତହସିଲଦାର ଭାବେ ବଦଳି କରାଯାଇ ଥିବା ବେଳେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ ସାହୁଙ୍କୁ ପୁରୁଷତ୍ତମପୁର ତହସିଲଦାର ଭାବେ ବଦଳି କରା ଯାଇଛି । ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରାଙ୍କୁ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବଦଳି କରା ଯାଇଛି । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବର୍ଟ ଲାକ୍ରାଙ୍କୁ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବଦଳି କରା ଯାଇଛି । ସେହିଭଳି ଓଡାପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ଜେନାଙ୍କୁ ତାଳଚେର ତହସିଲଦାର ଭାବେ ବଦଳି କରା ଯାଇଛି । Advertisement
ଗରାଖଙ୍କୁ ହାଇରାଣ କରି ବ୍ୟାଙ୍କ୍ ଗଣିଲା ଜୋରିମନା ଅନୁଗୁଳ – ଜଣେ ବୃଦ୍ଧାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ଆଉ ତାଙ୍କୁ ଟଙ୍କା ନଦେବା ଫଳରେ ବ୍ୟାଙ୍କକୁ ଜୋରିମନା ଗଣିବାକୁ ପଡିଛି । ଅନୁଗୁଳ ଜିଲ୍ଲା ଖାଉଟି…
ଦିଲ୍ଲୀକୁ ଟପିଲା ତାଳଚେର ଓ ଅନୁଗୁଳ ପ୍ରଦୂଷଣ – ନିର୍ଦେଶନାମା ଜାରି କଲେ ଜିଲ୍ଲାପାଳ ତାଳଚେର – ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣ ଉତ୍କଟ । ଜିଲ୍ଲାରେ ତାଳଚେରର AQI ମାନ ଦିଲ୍ଲୀକୁ ଟପିଲା । ଯାହାକୁ ନେଇ ସବୁ ବର୍ଗରେ ଚିନ୍ତା ପ୍ରକଟ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ଅଭିଯୋଗ – ଚିକିତ୍ସା ଅବହେଳାରୁ ମୃତ ଶିଶୁ ଜନ୍ମ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ସାଂଘାତିକ ଅଭିଯୋଗ । ଚିକିତ୍ସା ଅଭାବରୁ ଚାଲିଗଲା ନବଜାତ ଶିଶୁର ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି…