ଅପରାଧ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ସାଇବର ଠକ Angul OnlineJune 22, 2022June 22, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଠକଙ୍କ ଉତ୍ପାତ ବୃଦ୍ଧି ପାଇବାର ଲାଗିଛି । କେତେବେଳେ ଅନଲାଇନ ଟ୍ରାଞ୍ଜାକସନ ସମସ୍ୟା ତ କେତେବେଳେ ବ୍ୟାଙ୍କିଙ୍ଗ ସମସ୍ୟା , ଆଉ ପୁଣି ଚାକିରି ଖୋଜିଦେବା ବାହାନା କରି ଏବେ ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ । ଆଜି ପୁଣି ଅନୁଗୁଳର ଜଣେ ମହିଳାଙ୍କୁ ବ୍ୟାଙ୍କ କ୍ରେଡିଟ କାର୍ଡର ଲିମିଟ ବଢାଇବା ବାହାନାରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଫିସରି ଅଫିସ ପାଖରେ ରହୁଥିବା ଜଣେ ମହିଳାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ ଆସିବା ସହ ତାଙ୍କ କ୍ରେଡିଟ କାର୍ଡର ଲିମିଟ ବଢାଇବାକୁ ପ୍ରଲୋଭନ ଦେଖାଇଥିଲେ । ତାଙ୍କ କଥାରେ ପ୍ରଲୋଭିତ ହୋଇଯିବା କ୍ରେଡିଡ କାର୍ଡର ନମ୍ବର , ସିଭିଭି ଆଦି ମହିଳା ଜଣଙ୍କ ଦେଇ ଦେଇଥିଲେ । କିଛି ସମୟ ମଧ୍ୟରେ ତିନୋଟି କିସ୍ତିରେ ମହିଳାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୩୮ ହଜାର ଟଙ୍କା କଟି ଯାଇଥିଲା । ଏହାପରେ ମହିଳା ଜଣଙ୍କ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
କଲେଜ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଲେଜ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଖମାର ଥାନା ବେଠିଆ…
ନବଜାତକର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳରେ ପୂଣି ଦେଖିବାକୁ ମିଳିଲା ଅଭାବନୀୟ ଘଟଣା । ଅନୁଗୁଳ ସହର ଡେଲି ମାର୍କେଟ ଭିତରୁ ନବଜାତ ଶିଶୁର ମୃତ ଦେହ ପଡିଥିବା ଦେଖିବାକୁ…
ଗୁଳିମାଡ଼ରେ ନାବାଳକ ଗୁରୁତର ଘଟଣାରେ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗରେ ନାବାଳକକୁ ଗୁଳିମାଡ଼ ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…