ଅପରାଧ ଏକ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା Angul OnlineApril 27, 2023April 27, 2023 ଅନୁଗୋଳ – ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁର ଜଣେ ଯୁବକଙ୍କ ଏକାଉଣ୍ଟରୁ ସାଇବର ଲୁଟେରା ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁସାରେ, ତୁରଙ୍ଗ ଗାଁର ଜନକ ନାଏକ ଉତ୍ତରପ୍ରଦେଶ ମିରଟରୁ କିଛି ବିବାହ ଶୋଭାଯାତ୍ରାରେ ବ୍ୟବହାର ହେଉଥିବା ଆଲୋକ ଫାଟକ ମଗାଇଥିଲେ । ଏହା କୋରିଅରରେ ୨୦ ତାରିଖରେ ଆସିବାର ଥିଲା । ୨୦ ତାରିଖରେ ଜନକଙ୍କ ପୁଅ ପ୍ରଭାତ କୁମାର ନାଏକ(୩୨)ଙ୍କ ମୋବାଇଲ ନଂକୁ ଏକ ଏସ୍ଏମ୍ଏସ୍ ଆସିଲା ଯେ, ତୁମର କୋରିଅର ଆସିଛି । ତେଣୁ ତାଙ୍କୁ ୫ଟଙ୍କା ପଠାଇବାକୁ ପଡ଼ିବ । ଏହାପରେ ପ୍ରଭାତ ଏସ୍ଏମ୍ଏସ୍ ରେ ଥିବା ନମ୍ବରରେ କଥା ହେଲେ । ପ୍ରାୟ ୮ ମିନିଟ କଥା ହେବାପରେ ଏକ ଏସ୍ଏମ୍ଏସ୍ ରେ ଏହି ଠକ ସଂସ୍ଥା ତରଫରୁ ଏକ ଲିଙ୍କ ପଠାଗଲା । ପ୍ରଭାତ ଲିଙ୍କରେ କ୍ଲିକ୍ କରି ତାଙ୍କ ମୋବାଇଲ ନଂ, ଏକାଉଣ୍ଟ ନମ୍ବର ଓ ୟୁପିଆଇ ପିନ୍ ଦେଇଥିଲେ । ଏହାପରେ ତାଙ୍କ ଏକାଉଣ୍ଟରୁ ୫ ଟଙ୍କା ଓ ପରେ ଏକ ଟଙ୍କା ଡେବିଟ ହୋଇଥିଲା । ତେବେ ୨୧ ତାରିଖରେ ତାଙ୍କ ଏକାଉଣ୍ଟରୁ ୫୦ ହଜାର ଓ ପୁଣି ପରେ ପରେ ୫୦ ହଜାର ଟଙ୍କା କଟିଥିଲା । ଏହିଭଳି ଭାବେ ତାଙ୍କ ଏକାଉଣ୍ଟରୁ ୧ ଲକ୍ଷ ଟଙ୍କା ଠକ ସଂସ୍ଥା ନେଇଗଲେ । ପ୍ରଭାତ ଠକାମିର ଶିକାର ହୋଇଥିବା ଜାଣି ବ୍ୟାଙ୍କସହ ଯୋଗଯୋଗ କରିଥିଲେ । ତେବେ କୌଣସି ସୁଫଳ ନପାଇବାରୁ ପ୍ରଭାତ ବୁଧବାର ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ଅର୍ଥ ହେରେଫର ଅଭିଯୋଗ – ସିଡିପିଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗରେ ବରିଷ୍ଠ କିରାଣୀ କମ କ୍ୟାସିୟରଙ୍କୁ ବଅଁରପାଳ ପୁଲିସ ଗିରଫ…
ଓଲଟା ଉଡିଲା ତ୍ରିରଙ୍ଗା ଅନୁଗୁଳ – ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିଛି । କିନ୍ତୁ ତ୍ରିରଙ୍ଗା କିଭଳି ସମ୍ମାନ ଦିଆଯିବ , କିଭଳି ପତାକା ଉତ୍ତୋଳନ କରାଯିବ…
ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକା ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତ ଆଜି ଅନୁଗୋଳର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ବତନ୍ତ୍ର ପକ୍ସୋ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛି…