ଆଞ୍ଚଳିକ ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ମୃତ Angul OnlineDecember 6, 2022December 6, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଣ୍ଠିଗାଡ଼ିଆ ଗ୍ରାମର ଜଣେ ସାଇକେଲ ଚାଳକ ଅଜଣା ଗାଡି ଧକ୍କାରେ ମୃତ ଘଟିଛି । ସୂଚନା ଅନୁସାରେ ଗ୍ରାମର ତ୍ରିଲୋଚନ ବିଶ୍ଵାଳ ସଉଦା ପାଇଁ ଗତକାଲି କଣ୍ଟାବଣିଆ ମାର୍କେଟ ଆସି ଫେରିବା ବେଳେ ଏକ ବୋଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଚିକିତ୍ସାଳୟକୁ ନିଆ ଯାଇଥିଲା । ଗୁରୁତର ଥିବାରୁ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ଗ୍ରାମବାସୀମାନେ ଏକତ୍ରୀତ ହୋଇ ତ୍ରିଲୋଚନଙ୍କ କ୍ଷତିପୂରଣ ପାଇଁ ଟାଟା ଷ୍ଟିଲର ପ୍ଳାଣ୍ଟର ପାଚେରୀ ସୀମା ରାସ୍ତା ତଥା ଗ୍ରାମ ମୁଣ୍ଡରେ ରାସ୍ତାକୁ ଅବରୋଧ କରିଥିଲେ । ଅବରୋଧ ସ୍ଥଳରେ କଣ୍ଟାବଣିଆ ପୁଲିସ ପହଁଚି ଗ୍ରାମବାସୀ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହରୁତ ହୋଇଥିଲା । Advertisement
ଲୋକ ପ୍ରତିନିଧିମାନେ ଉଠିଯିବା ସତ୍ବେ ଆର ପି ଡି ଏସି ବୈଠକ ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ ଟି ପି ସି ଓ ତାଳଚେର ଟି ଟି ପି ଏସର ୯ମ ଆର ପି ଡି ଏସି…
ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲ ଛେଣ୍ଡିପଦା ତହସିଲର କଙ୍କରାଇ ଗ୍ରାମ ପଂଚାୟତର ପିଢଖମଣ ଠାରେ ଗୁରୁବାର ପ୍ରସ୍ତାବିତ ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ବିଭାଗ…
ଦୁଇ ଗଛ ଫାଙ୍କରେ ଫସି ଆହତ ମାଇ ହାତୀ ଚିକିତ୍ସା ପାଇଁ କପିଳାସ ଗଲା ଅନୁଗୋଳ – ଆହତ ମାଈ ହାତୀକୁ ଚିକିତ୍ସା ପାଇଁ କପିଳାସ ନିଆଗଲା । ସେଠାରେ ତାର ଚିକିତ୍ସା କରାଯିବ । ସୂଚନା ଅନୁସାରେ ଗତ ମେ ମାସ…