ଆଞ୍ଚଳିକ ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ମୃତ Angul OnlineDecember 6, 2022December 6, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଣ୍ଠିଗାଡ଼ିଆ ଗ୍ରାମର ଜଣେ ସାଇକେଲ ଚାଳକ ଅଜଣା ଗାଡି ଧକ୍କାରେ ମୃତ ଘଟିଛି । ସୂଚନା ଅନୁସାରେ ଗ୍ରାମର ତ୍ରିଲୋଚନ ବିଶ୍ଵାଳ ସଉଦା ପାଇଁ ଗତକାଲି କଣ୍ଟାବଣିଆ ମାର୍କେଟ ଆସି ଫେରିବା ବେଳେ ଏକ ବୋଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଚିକିତ୍ସାଳୟକୁ ନିଆ ଯାଇଥିଲା । ଗୁରୁତର ଥିବାରୁ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ଗ୍ରାମବାସୀମାନେ ଏକତ୍ରୀତ ହୋଇ ତ୍ରିଲୋଚନଙ୍କ କ୍ଷତିପୂରଣ ପାଇଁ ଟାଟା ଷ୍ଟିଲର ପ୍ଳାଣ୍ଟର ପାଚେରୀ ସୀମା ରାସ୍ତା ତଥା ଗ୍ରାମ ମୁଣ୍ଡରେ ରାସ୍ତାକୁ ଅବରୋଧ କରିଥିଲେ । ଅବରୋଧ ସ୍ଥଳରେ କଣ୍ଟାବଣିଆ ପୁଲିସ ପହଁଚି ଗ୍ରାମବାସୀ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହରୁତ ହୋଇଥିଲା । Advertisement
ଗାଁ ଭିତରେ ହାତୀ ଛୁଆ ଅନୁଗୁଳ – ଅନୁଗୁଳ ବନାଞ୍ଚଳରେ ହାତୀପଲରୁ ଏକ ହାତୀ ଛୁଆ ଅଲଗା ହୋଇ ରହିଛି। ଛୁଆଟିକୁ ବନ ବିଭାଗ ହାତୀ ମେଳକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ…
ବ୍ୟାରେଜ ବ୍ୟାସଚ୍ୟୁତଙ୍କ ସମସ୍ୟା ନେଇ ଉପ-ବାଚସ୍ପତିଙ୍କ ସମୀକ୍ଷା ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ହୋଇଥିବା ସମଲ ନଦୀବନ୍ଧ ଯୋଜନାରେ ସମ୍ପୂର୍ଣ୍ଣ ବାସଚ୍ୟୁତ ମାନଙ୍କର ନିଯୁକ୍ତି ସମସ୍ୟା ନେଇ ଅନୁଗୁଳ ସର୍କିଟ ହାଉସ…
ଅଚିହ୍ନା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି…