ଆଞ୍ଚଳିକ କୋଇଲାଗାଡ଼ିରେ ପାଲ ଘୋଡ଼ାଇବା ପାଇଁ ଦାବୀପତ୍ର Angul OnlineJune 18, 2021June 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲରୁ କୋଇଲା ପରିବହନ କରୁଥିବା ହାଇୱା ଟ୍ରକ ଏବଂ କଣ୍ଟେନର ଗୁଡ଼ିକରେ ପାଲ ବା ତାରପୋଲିନ୍ ଘୋଡ଼ାଇ ନେଉ ନଥିବାରୁ ତାଳଚେରବାସୀଙ୍କ ପାଇଁ ତାହା ଅସନ୍ତୋଷର କାରଣ ପାଲଟିଛି । ନିୟମ ଅନୁସାରେ କୋଇଲା ପରିବହନ କରୁଥିବା ଉକ୍ତ ଗାଡ଼ିଗୁଡ଼ିକରେ ପାଲ ଘୋଡ଼ାଇ ନେବାକଥା । କିନ୍ତୁ ବାରମ୍ବାର ଲିଖିତ ଅଭିଯୋଗ ସତ୍ୱେ କୈାଣସି ପଦକ୍ଷେପ ନିଆଯାଉନାହିଁ । ଏ ସମ୍ପକରେ ଏମସିଏଲର ବିଭାଗୀୟ ଅଧିକାରୀମାନେ ଚୁପ ରହିବା ଯୋଗୁଁ ତାଳଚେରବାସୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ତେବେ ପାଲ ଘୋଡ଼ାଇ ନ ନେବା ବିଷୟ କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯, ଧାରା ୧୩୮-ବିକୁ ସ୍ପଷ୍ଟ ଭାବେ ଉଲଂଘନ କରୁଛି । ପୁନଶ୍ଚ ତାଳଚେରରୁ ବିଭିନ୍ନ ସ୍ଥାନକୁ କୋଇଲା ପରିବହନ କରୁଥିବା ରେଳ ୱାଗନ ଗୁଡ଼ିକରେ ମଧ୍ୟ ନିୟମତଃ ପାଲ ଭିଡ଼ି ନେବା ଆବଶ୍ୟକ । କିନ୍ତୁ ବର୍ତମାନ ପରିସ୍ଥିତିରେ ତାହା ସମ୍ଭବ ହେଉ ନଥିବାରୁ କୋଇଲା ଭର୍ତି ଗାଡି଼ଗୁଡ଼ିକ କ୍ଷେତ୍ରରେ ଉକ୍ତ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପୂର୍ବରୁ ଅନେକବାର ଦାବୀ କରା ଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ କୋଇଲା ପରିବହନକାରୀ ଗାଡ଼ିରେ ପାଲ ଘୋଡ଼ାଇ ନେବାପାଇଁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସର ସଭାପତି ରାଜକିଶୋର ସାହୁ , ଜିନେସ ସାହୁ ଓ ଡାକ୍ତର ମହାନ୍ତି ପ୍ରମୁଖ ଆଜି ପୂର୍ବାହ୍ନରେ ତାଳଚେର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସହକାରୀ ଜିଲ୍ଲାପାଳ ମିନର୍ଭା ନାୟକଙ୍କୁ ପ୍ରଦାନ କରିଛନ୍ତି । ପାଲ ଘୋଡ଼ା ନଯିବା ପ୍ରତିବାଦରେ ପୂର୍ବରୁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଥିଲା ବେଳେ ପ୍ରଶାସନ ପକ୍ଷରୁ ପାଲ ଭିଡ଼ା ଯିବା ନେଇ କୈାଣସି ଆଇନ ନଥିବାର ସ୍ପଷ୍ଟିକରଣ ଦିଆଯାଇଥିଲା ତଥା ସଙ୍ଗଠନର ଆନ୍ଦୋଳନକୁ ବେଆଇନ କହି ପୋଲିସ ଏହାର କାର୍ଯ୍ୟକର୍ତାଙ୍କୁ ଗିରଫ ମଧ୍ୟ କରିଥିଲା । ତେବେ ଆରଟିଆଇ ରେ ମଗା ଯାଇଥିବା ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗର ନିୟମ ଓ ଧାରା ଅନୁସାରେ କୋଇଲାଗାଡ଼ିକୁ ପାଲ ଭିଡ଼ି ପରିବହନ କରାଯିବାର ସ୍ପଷ୍ଟ ନିର୍ଦ୍ଦେଶ ରହିଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଯଦି ପରିବହନ କରୁଥିବା କୋଇଲାଗାଡ଼ିରେ ପାଲଭିଡ଼ା ନେଇ ଆଗାମୀ ଦିନରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ସମ୍ପୃକ୍ତ ନିୟମାବଳୀ ଓ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ର ନିର୍ଦ୍ଦେଶାବଳୀକୁ ପାଳନ କରିବାରେ ଅବହେଳା କରାଯାଏ ତେବେ ଏମସିଏଲ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି କୁହାଯାଇଛି । Advertisement
ବାରହା ଆକ୍ରମଣରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…
ଟିଟିପିଏସ ଟାଉନସିପ୍ ସୁରକ୍ଷାକର୍ମୀଙ୍କ ଧାରଣା ଅନୁଗୁଳ – ବକେୟା ଦରମା ଓ ଅନ୍ୟାନ୍ୟ ଦାବି ନେଇ ସୁରକ୍ଷାକର୍ମୀଙ୍କ ଧାରଣା । ଶୁକ୍ରବାର ତାଳଚେର ଥର୍ମାଲ ଟାଉନସିପ୍ ରେ ନିୟୋଜିତ ଜସମିତ ଚୌହ୍ଵାନ ସିକ୍ୟୁରିଟି…
ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା – ଜଣେ ମୃତ ତାଳଚେର -(AO)- ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୫୩ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମହମ୍ମଦ…