ଆଞ୍ଚଳିକ ଜାତୀୟ ରାଜପଥ ୫୫ କାଦୁଅ ପଚପଚ Angul OnlineJuly 17, 2022July 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ବର୍ତ୍ତମାନ ମରଣ ଯନ୍ତା ସାଜିଛି । ମୁଖ୍ୟତଃ ବଅଁରପାଳ ଠାରେ ରାସ୍ତାର ଅବସ୍ଥା ଦେଖିଲେ ଏହା ଜାତୀୟ ରାଜପଥ ନୁହେଁ ବରଂ କୌଣସି ବିଲ ଭଳି ଅନୁମେୟ ହେଉଛି । ସନ୍ତ୍ରୀଛକ ଠାରୁ ବଅଁରପାଳ ବ୍ଲକ ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ଏଭଳି ହୋଇଛି ଯେ ଚାଲି ଯିବା ମଧ୍ୟ ଅସମ୍ଭବ ହୋଇ ପଡିଛି । ଗତ କିଛିଦିନ ତଳେ ଏହି ରାସ୍ତା ମରାମତି ହୋଇଥିଲା । ତେବେ ଡ୍ରେନେଜ ବ୍ୟବସ୍ଥା ନଥିବା ଏବଂ ଉଚ୍ଚ ମାନର କାମ ନ ହେବା ଯୋଗୁଁ ବର୍ଷା ପରେ ପରେ ନୂତନ ଭାବେ ମରାମତି ହୋଇଥିବା ରାସ୍ତା ପୁଣି ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି । ଫଳରେ ମରାମତି ପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ପାଣିରେ ପଡିଛି । ଏହି ରାସ୍ତା ଦେଇ ଟାଟା ଷ୍ଟିଲ ,ନବ ଭାରତ ଭେଞ୍ଚର ଲିମିଟେଡ଼ କମ୍ପାନୀ,ବିଆରଜି , ଏମସିଏଲ ଆଦି କମ୍ପାନୀର ବହୁ ଗାଡି ଚଳା ଚଳ ହେଉଛି । କିନ୍ତୁ ରାଜପଥ କର୍ତ୍ତୃପକ୍ଷଙ୍କ କଥା ଦୂରରେ ଥାଉ ଏହି କମ୍ପାନୀର କର୍ତ୍ତୃପକ୍ଷଙ୍କର ମଧ୍ୟ ଏହି ରାସ୍ତା ଉପରେ ନଜର ପଢୁ ନାହିଁ । ରାସ୍ତା ସାରା ବଡ଼ ବଡ଼ ଖାଲ ସଙ୍ଗଙ୍କୁ କାଦୁଅ ପଚ ପଚ । ବଡ଼ ବଡ଼ ଟ୍ରକ ଯିବା ଆସିବା କରିବା କଷ୍ଟକର ହେଉଥିବା ବେଳେ ଛୋଟ ଗାଡି , ମୋଟରସାଇକେଲ , ସାଇକେଲ ଆରୋହି ଯାଇ ପାରୁ ନାହାନ୍ତି । ଜରୁରୀ କାମରେ କିଏ ଗଲେ କାଦୁଅରେ କଚଡ଼ା ଖାଉଛନ୍ତି । ରାସ୍ତା କଡରେ ପଡିଥିବା ପାଉଁଶ ଗୁଣ୍ଟ ଜନସାଧାରଣଙ୍କ ପାଇଁ ଆହୁରି ବିପଦ ପୂର୍ଣ୍ଣ ହୋଇ ପଡିଛି । କମ୍ପାନୀ ଗୁଡିକ ରାସ୍ତା କଡରେ ଗଦାଇ ଥିବା ପାଉଁଶ ବର୍ତ୍ତମାନ ବର୍ଷା ଜଳରେ ଭାସି ରାସ୍ତା ଉପରେ କାଦୁଅ ସୃଷ୍ଟି କରିଛି । ବଅଁରପାଳଠାରେ ଏଭଳି ରାସ୍ତା ପାଇଁ ଏବେ ଲୋକ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ବେଳେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । Advertisement
ଲୋକାର୍ପଣ ହେଲା ଆଠ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ସଭାଘର ଅନୁଗୁଳ – ବହୁ ପ୍ରତିକ୍ଷିତ ସଭାଘର ଆଜି ଆନୁଷ୍ଠାନିକ ଭାବେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ଵାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ…
କୁକୁର କାମୁଡାରେ ହରିଣ ମୃତ ଅନୁଗୁଳ – ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଅନ୍ତର୍ଗତ ଅନ୍ତୁଳିଆ ଗ୍ରାମରେ ଆଜି କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜରପଡା…
ଅନୁଗୁଳରେ ଆକାଶ ଇନଷ୍ଟିଚ୍ୟୁଟ ଉଦଘାଟନ କଲେ ବ୍ରଜ ପ୍ରଧାନ ଅନୁଗୁଳ – ଅନୁଗୁଳରେ ଖୋଲିଛି ଆକାଶ ଇନଷ୍ଟିଚ୍ୟୁଟ । ଆଜି ଅମଲାପଡା ଗାର୍ଲସ ହାଇସ୍କୁଲ ସମ୍ମୁଖରେ ଏହାର ଉଦଘାଟନ ହୋଇ ଯାଇଛି । ତାଳଚେର ବିଧାୟକ ବ୍ରଜ…