ଆଞ୍ଚଳିକ ପ୍ରତିଶ୍ରୁତି ଦେଲେ ବିଧାୟକ – ବାଗଡିଆ ଥାନା ବାଗଡିଆରେ ହେବ Angul OnlineOctober 16, 2022October 16, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସକୁ ଥାନାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ତେବେ ଉକ୍ତ ଥାନାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବା ପ୍ରତିବାଦରେ ବାଗଡିଆ ହାଟପଦା ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହିତ ଏହା ଦିନକୁ ଦିନ ଆନ୍ଦୋଳନ ରୂପ ନେଉଛି । କ୍ରିୟାନୁଷ୍ଠାନ କମିଟି ସଭାପତି ସରୋଜ କୁମାର ସାହୁଙ୍କ ସଭାପତିତ୍ବରେ ରବିବାର ୬ଟି ପଂଚାୟତର ୪୮ଟି ରାଜସ୍ବ ଗ୍ରାମର ସରପଂଚ ,ସଭାପତି ,ସମ୍ପାଦକ ଓ ଜନସାଧାରଣଙ୍କୁ ନେଇ ଆନ୍ଦୋଳନ ପାଇଁ ଦ୍ବିତିୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବାଗଡିଆ ଥାନାକୁ ବାଗଡିଆରେ କରିବା ପାଇଁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ନିକଟରେ ଦାବି ଉପସ୍ଥାପନା ପାଇଁ ନିଷ୍ପତି ନିଆଯାଇଥିଲେ । ରବିବାର ଅପରାହ୍ନରେ କ୍ରିୟାନୁଷ୍ଠାନ କମିଟି ସଭାପତି ସରୋଜକାନ୍ତ ସାହୁ ,ସମ୍ପାଦକ କରୁଣାକର ବିଶ୍ବାଳ ,ଉପସଭାପତି ଉମାକାନ୍ତ ପ୍ରଧାନ ,ବାଗଡିଆ ଗ୍ରାମ ସଭାପତି ବିଜୟ କୁମାର ପ୍ରଧାନ ,ସମ୍ପାଦକ ସୁରେଶ ପ୍ରଧାନ ,ଖମାର ଗ୍ରାମ ସଭାପତି ନେତ୍ରାନନ୍ଦ ଗଡନାୟକ ,ଟାଙ୍ଗିରୀ ସରପଞ୍ଚ ଅମରେଶ ନାଥ ,ଶିମିଳିପାଳ ସରପଂଚ ଗିରିଶ ଚନ୍ଦ୍ର ପ୍ରଧାନ ,ପୂର୍ବତନ ସରପଂଚ ବିଜୟ କୁମାର ଗଡନାୟକଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ରାଜସ୍ବ ଗ୍ରାମର ପ୍ରତିନିଧି ମାନେ ବିଧାୟକଙ୍କ ବାସଭବନକୁ ଯାଇ ପ୍ରସ୍ତାବିତ ନୂତନ ଥାନା ବାଗଡିଆରେ କରିବା ପାଇଁ ଦାବି କରିଥିଲେ । ଏ ନେଇ ବିଧାୟକ ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନରେ ଘୋଷଣା କରିଛନ୍ତି ସେହି ସ୍ଥାନରେ ଥାନା କରାଯିବ ବୋଲି କହିଥିଲେ । ବାଗଡିଆ ଥାନାକୁ ବାଗଡିଆରେ କରାଯିବ ଏବଂ ଆସନ୍ତା ୧୮ ତାରିଖରେ ବାଗଡିଆରେ ଥାନା ପାଇଁ ଚିହ୍ନଟ ଜମି ଦେଖିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଆସନ୍ତା ୧୮ ତାରିଖ ଦିନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା କରିଥିବା ଅନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । Advertisement
ଟ୍ରକ ସହ ମୋଟରସାଇକେଲ ଧକ୍କା – ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନହିଁସର ଛକଠାରେ ଅପରାହ୍ନରେ ଏକ ଟ୍ରକ ସହ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ମଟରସାଇକେଲ…
ଭାକସିନ ସୁରକ୍ଷା ନିମନ୍ତେ କୋଶଳା ସିଏଚସିକୁ ଇନଭର୍ଟର ପ୍ରଦାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଏକ ଦାୟିତ୍ଵ ସଂପନ୍ନ ସହଯୋଗୀ ଭାବରେ ଜେଏସପି ଫାଉଣ୍ଡେସନ ପକ୍ଷରୁ କୋଶଳା ଗୋଷ୍ଠୀଗତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିମ୍ନ ଭୋଲ୍ଟ…
ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ୨୨ ପରିବାର ଆଜି ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ୧୧ ନମ୍ବର…