ଖେଳ ଓ ଖେଳାଳି ୧୧ ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ Angul OnlineOctober 17, 2022October 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତୁରଙ୍ଗର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ୧୧ ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟର ଉଦଘାଟନ ହୋଇଥିଲା । ଉଦଘାଟନି ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ଆରକ୍ଷି ଅଧିକ୍ଷକ ଜଗମୋହନ ମିନା ଯୋଗ ଦେଇ ଟୁର୍ଣାମେଣ୍ଟର ଉଦଘାଟନ କରିବା ସହିତ ଟ୍ରଫି ଉନ୍ମୋଚୋନ କରିଥିଲେ । ଏହି ଟୁର୍ଣାମେଣ୍ଟ ରେ କୋଲକତା ସମେତ ରାଜ୍ୟ ର ୮ ଟି ଟିମ୍ ଭାଗ ନେଇଛନ୍ତି । ଉଦଘାଟନୀ ମ୍ୟାଚ୍ ରେ କଟକର ଚାନ୍ଦ କ୍ଲବ ସହିତ ବେଲପାହଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବେଲପାହଡ ଟିମ ୨-୧ ଗୋଲ୍ ରେ ବିଜୟ ଲାଭ କରିଥିଲା । ଉଦଘାଟନି ମ୍ୟାଚ୍ ରେ ତୁରଙ୍ଗ ଆଥଲେଟିକ ଆଶୋସିଏସନ୍ ର ସଭାପତି ପବିତ୍ର ମୋହନ ଦାସ୍, ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଦିନେଶ ପ୍ରଧାନ , ତୁରଙ୍ଗ ପଞ୍ଚାୟତ ସରପଞ୍ଚ୍ ସମରେନ୍ଦ୍ର ଦେହୁରି, ସମିତି ସଭ୍ୟ ସରୋଜ ପଣ୍ଡା, ପୂର୍ବତନ ୨୬ ନଂ ଜୋନ ଜିଲ୍ଲା ପରିଷଦ ସନ୍ତୋଷ ଦାସ୍ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ଦିନରେ ଭୁବନେଶ୍ବରର ଜଗା ୟୁନାଇଟେଡ ଓ ଆଠମଲ୍ଲିକ ର ଏ.କେ କ୍ଲବ୍ ପତାକା ମଧ୍ୟରେ ଖେଳ ହୋଇଥିଲା । ଏହି ମ୍ୟାଚ୍ ରେ ଜଗା ୟୁନାଇଟେଡ ୩-୦ ଗୋଲ ରେ ବିଜୟ ଲାଭ କରିଥିଲା । ଜଗା ୟୁନାଇଟେଡ୍ ତରଫରୁ ୧୫ ନଂ ଜର୍ସି ରେ ଖେଳୁଥିବା ଦିନବନ୍ଧୁ ଦାସ୍ ୩ ଟି ଗୋଲ ଦେଇ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହେଇଥିଲେ । ଏଥିରେ ତୁରଙ୍ଗ ପଞ୍ଚାୟତର ସମସ୍ତ ବରିଷ୍ଟ ନାଗରିକ ମାନେ ଅତିଥି ଭାବେ ଯୋଗ ଦେଇଥିଲେ । Advertisement
ଶୁଟିଂରେ ତନିଷ୍କାଙ୍କୁ ରୋପ୍ୟ ଏବଂ କାଂସ୍ୟ – ସମ୍ବର୍ଦ୍ଧିତ କଲେ ବିଧାୟକ ତାଳଚେର – ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ପାଇଁ ଗର୍ବ ଓ ଗୌରବ ଆଣିଲେ ତାଳଚେର ରାଇଫଲ କ୍ଲବର ତନିଷ୍କା ସାମନ୍ତଙ୍କ ସମେତ ପାଞ୍ଚଜଣ ପ୍ରତିଯୋଗୀ ।…
ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ – ସେମିଫାଇନାଲରେ ମୁହାଁମୁହିଁ ହେବେ ମୁମ୍ବାଇ, ଗୋଆ, ତେଲେଙ୍ଗାନା ଓ ରାଜସ୍ଥାନ ଅନୁଗୁଳ – ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ…
ଜିଲ୍ଲାସ୍ତରୀୟ ଫିଫା ବିଶ୍ୱକପ ଆୟୋଜିତ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଫିଫା ମହିଳା ବିଶ୍ଵକପ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି…