ଆଞ୍ଚଳିକ ପାର୍ଲର ଖୋଲିବାକୁ ଦାବିପତ୍ର Angul OnlineJuly 5, 2021July 5, 2021 ଅନୁଗୁଳ – କରୋନା ଆକ୍ରାନ୍ତ ସଂଖ୍ୟା କମିବା ପରେ ଓଡିଶାର ଅନେକ ସ୍ଥାନରେ କଟକଣା କୋହଳ କରା ଯାଇଛି । ଧୀରେ ଧୀରେ ସମସ୍ତ ଦୋକାନ ବଜାର ଖୋଲା ଗଲାଣି । ତେବେ ବର୍ତ୍ତମାନ ସୁଦ୍ଧା ସରକାର ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଲଗାଇଛନ୍ତି । ଫଳରେ ଅନେକ ଦିନ ହେଲା ପାର୍ଲର ନ ଖୋଲି ପାରି ପର୍ଲର ବ୍ୟବସାୟ କରୁଥିବା ଲୋକ ହାତ ବାନ୍ଧି ବସିଛନ୍ତି । ରୋଜଗାର ନଥିବା ଯୋଗୁଁ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଏଥିପାଇଁ କୋଭିଡ କଟକଣା ଭିତରେ ପାର୍ଲର ଖୋଲିବାକୁ ସେମାନଙ୍କୁ ଅନୁମତି ଦେବା ପାଇଁ ପାର୍ଲର ବ୍ୟବସାୟୀମାନେ ଦାବି କରିଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହାର ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କହିବା କଥା କୋଭିଡ ନିୟମାବଳୀ ଭିତରେ ଦୋକାନ ଖୋଲିଲେ ସେମାନେ ସେମାନଙ୍କ ରୋଜଗାର କରିପାରିବା ସହ ପରିବାର ଚଳାଇ ପାରିବେ । ପାର୍ଲର ଗୁଡିକୁ ନିୟମିତ ବିଶୋଧନ କରିବା ସହ ସାମଗ୍ରୀର ବିଶୋଧନ କରିବେ ଏବଂ ଗ୍ରାହକଙ୍କ ଥର୍ମାଲ ସ୍କ୍ରିନିଂ କରି ମାସ୍କ ପିନ୍ଧି ସେମାନଙ୍କ କାମ କରିବେ । ପାର୍ଲରରେ ଗହଳି ନ ହେବା ପାଇଁ ବୁକିଂ କରିଥିବା ଗ୍ରାହକଙ୍କୁ ପାର୍ଲରକୁ ପ୍ରବେଶ ଅନୁମତି ଦେଇ କାମ କରିବେ । ପାର୍ଲର ମାଲିକ ଓ କର୍ମଚାରୀମାନେ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏସବୁ କଟକଣା ଭିତରେ ପାର୍ଲର ଖୋଲିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । Advertisement
ନାବାଳିକା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଦାବିରେ ଜିଲ୍ଲା କଂଗ୍ରେସର ଗଣଧାରଣା ଅନୁଗୁଳ – ଗତ ୭ ତାରିଖ ଦିନ ଅନୁଗୁଳ ସଦର ମହକୁମାଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ବାଳୁଅକଟା ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ଘଟିଯାଇଥିବା…
ସାତ ବର୍ଷ ଛୁଆର ମା ପ୍ରେମିକ ସହ ଫେରାର ବେଳେ ଦୁର୍ଘଟଣାରେ ଗୁରୁତର ଅନୁଗୋଳ – ଜଣେ ବିବାହିତ ମହିଳା , ଯାହାଙ୍କର ୭ ବର୍ଷର ଏକ ସନ୍ତାନ ଅଛି ପ୍ରେମରେ ଉଟୁବୁଟୁ ହୋଇ ରାତି ଅଧରେ ପ୍ରେମିକ ସହ ଛୁ…
କିନ୍ନର ମାନେ ମଧ୍ୟ ସମ୍ମାନପୂର୍ଣ୍ଣ ଜୀବନ ଵଞ୍ଚିବା ଆବଶ୍ୟକ – କିନ୍ନର ମୀରା ପରିଡା ଅନୁଗୁଳ – ବିୟଣ୍ତ୍ ସ୍ମାଇଲ୍ ଫାଉଣ୍ଡେସନ ତାର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ କଳାକେନ୍ଦ୍ରଠାରେ ପାଳନ କରିଛି । ନୂତନ ଭାବରେ ଗଠିତ ହୋଇଥିବା ଏହି ସଂଗଠନ…