ଆଞ୍ଚଳିକ କୋଇଲାଗାଡ଼ିରେ ପାଲ ଘୋଡ଼ାଇବା ପାଇଁ ଦାବୀପତ୍ର Angul OnlineJune 18, 2021June 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲରୁ କୋଇଲା ପରିବହନ କରୁଥିବା ହାଇୱା ଟ୍ରକ ଏବଂ କଣ୍ଟେନର ଗୁଡ଼ିକରେ ପାଲ ବା ତାରପୋଲିନ୍ ଘୋଡ଼ାଇ ନେଉ ନଥିବାରୁ ତାଳଚେରବାସୀଙ୍କ ପାଇଁ ତାହା ଅସନ୍ତୋଷର କାରଣ ପାଲଟିଛି । ନିୟମ ଅନୁସାରେ କୋଇଲା ପରିବହନ କରୁଥିବା ଉକ୍ତ ଗାଡ଼ିଗୁଡ଼ିକରେ ପାଲ ଘୋଡ଼ାଇ ନେବାକଥା । କିନ୍ତୁ ବାରମ୍ବାର ଲିଖିତ ଅଭିଯୋଗ ସତ୍ୱେ କୈାଣସି ପଦକ୍ଷେପ ନିଆଯାଉନାହିଁ । ଏ ସମ୍ପକରେ ଏମସିଏଲର ବିଭାଗୀୟ ଅଧିକାରୀମାନେ ଚୁପ ରହିବା ଯୋଗୁଁ ତାଳଚେରବାସୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ତେବେ ପାଲ ଘୋଡ଼ାଇ ନ ନେବା ବିଷୟ କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯, ଧାରା ୧୩୮-ବିକୁ ସ୍ପଷ୍ଟ ଭାବେ ଉଲଂଘନ କରୁଛି । ପୁନଶ୍ଚ ତାଳଚେରରୁ ବିଭିନ୍ନ ସ୍ଥାନକୁ କୋଇଲା ପରିବହନ କରୁଥିବା ରେଳ ୱାଗନ ଗୁଡ଼ିକରେ ମଧ୍ୟ ନିୟମତଃ ପାଲ ଭିଡ଼ି ନେବା ଆବଶ୍ୟକ । କିନ୍ତୁ ବର୍ତମାନ ପରିସ୍ଥିତିରେ ତାହା ସମ୍ଭବ ହେଉ ନଥିବାରୁ କୋଇଲା ଭର୍ତି ଗାଡି଼ଗୁଡ଼ିକ କ୍ଷେତ୍ରରେ ଉକ୍ତ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପୂର୍ବରୁ ଅନେକବାର ଦାବୀ କରା ଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ କୋଇଲା ପରିବହନକାରୀ ଗାଡ଼ିରେ ପାଲ ଘୋଡ଼ାଇ ନେବାପାଇଁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସର ସଭାପତି ରାଜକିଶୋର ସାହୁ , ଜିନେସ ସାହୁ ଓ ଡାକ୍ତର ମହାନ୍ତି ପ୍ରମୁଖ ଆଜି ପୂର୍ବାହ୍ନରେ ତାଳଚେର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସହକାରୀ ଜିଲ୍ଲାପାଳ ମିନର୍ଭା ନାୟକଙ୍କୁ ପ୍ରଦାନ କରିଛନ୍ତି । ପାଲ ଘୋଡ଼ା ନଯିବା ପ୍ରତିବାଦରେ ପୂର୍ବରୁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଥିଲା ବେଳେ ପ୍ରଶାସନ ପକ୍ଷରୁ ପାଲ ଭିଡ଼ା ଯିବା ନେଇ କୈାଣସି ଆଇନ ନଥିବାର ସ୍ପଷ୍ଟିକରଣ ଦିଆଯାଇଥିଲା ତଥା ସଙ୍ଗଠନର ଆନ୍ଦୋଳନକୁ ବେଆଇନ କହି ପୋଲିସ ଏହାର କାର୍ଯ୍ୟକର୍ତାଙ୍କୁ ଗିରଫ ମଧ୍ୟ କରିଥିଲା । ତେବେ ଆରଟିଆଇ ରେ ମଗା ଯାଇଥିବା ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗର ନିୟମ ଓ ଧାରା ଅନୁସାରେ କୋଇଲାଗାଡ଼ିକୁ ପାଲ ଭିଡ଼ି ପରିବହନ କରାଯିବାର ସ୍ପଷ୍ଟ ନିର୍ଦ୍ଦେଶ ରହିଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଯଦି ପରିବହନ କରୁଥିବା କୋଇଲାଗାଡ଼ିରେ ପାଲଭିଡ଼ା ନେଇ ଆଗାମୀ ଦିନରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ସମ୍ପୃକ୍ତ ନିୟମାବଳୀ ଓ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ର ନିର୍ଦ୍ଦେଶାବଳୀକୁ ପାଳନ କରିବାରେ ଅବହେଳା କରାଯାଏ ତେବେ ଏମସିଏଲ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି କୁହାଯାଇଛି । Advertisement
ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ପକ୍ଷରୁ ଏକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଅନୁଗୁଳ…
ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଅନୁଗୁଳ – ଶିକ୍ଷକ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ। ଶିକ୍ଷାଦାନ କରି କେତେ ଯେ ମଣିଷକୁ ଗଢ଼ିଥାନ୍ତି ତାହା ତୁଳନା ନାହିଁ।ତେବେ ସେଇଭଳି ଜଣେ ଅନନ୍ୟ ପ୍ରତିଭାର…
ମାଳତୀ ଦେବୀ ଆଶ୍ରମ’ ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ…