ସମସ୍ୟା ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ Angul OnlineOctober 20, 2022October 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ ଫାଟକ ଆଗରେ ବସି ରହି ଶିଷକ ନିଯୁକ୍ତି ଦାବି କରିଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ ସ୍କୁଲରେ ବହୁ ବର୍ଷ ହେଲା ହିନ୍ଦୀ ଓ ଗଣିତ ଶିକ୍ଷକ ନାହାଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତ ଓ ହିନ୍ଦୀ ଶିକ୍ଷା ସଠିକ ଭାବେ ପାଇ ପାରୁ ନାହାନ୍ତି । ଏଥିପାଇଁ ଅଭିଭାବକ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଥିପାଇଁ ଆଜି ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ବୋଲି କହିଛନ୍ତି । ବହୁ ସମୟ ଧରି ଫାଟକ ଆଗରେ ବସି ରହିବା ପରେ ବି ଇ ଓ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ଏଟିଏମ ଥାଇ ଟଙ୍କା ପାଇଁ ଦହଗଞ୍ଜ ଅଞ୍ଚଳବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ସେହି ଅଞ୍ଚଳର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଦୈନିକ ଶହ ଶହ ଲୋକ ଏଠାକୁ ବିଭିନ୍ନ କାମ ନେଇ ଆସିଥାନ୍ତି…
ଆରଡବ୍ଲୁଏସଏସ ଦ୍ୱାରା କୋଟି କୋଟି ଟଙ୍କାର ଦୁର୍ନୀତି – କଂଗ୍ରେସ ତାଳଚେର – ତାଳଚେର କଂଗ୍ରେସ ପକ୍ଷରୁ ଆରଡବ୍ଲୁଏସଏସ ଦ୍ୱାରା ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରାଯାଇଛି…
ଜନ ବସତିରେ କଂକ୍ରିଟ ପ୍ଲାଣ୍ଟ – ବିରୋଧ କାଲେ ସ୍ଥାନୀୟ ବାସିନ୍ଦା ଅନୁଗୁଳ – ରେସିଡେନ୍ସିଆଲ ଏରିଆରେ କଂକ୍ରିଟ ପ୍ଲାଣ୍ଟ । ତା ପୁଣି ବିନା କୌଣସି ଅନୁମତିରେ । ନା ପ୍ରଶାସନର ଅନୁମତି ନିଆ ଯାଇଛି ନା ପ୍ରଦୂଷଣ…