ସମସ୍ୟା ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ Angul OnlineOctober 20, 2022October 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡକେରଜାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲେ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ତାଲା ପକାଇବା ସହ ଫାଟକ ଆଗରେ ବସି ରହି ଶିଷକ ନିଯୁକ୍ତି ଦାବି କରିଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ ସ୍କୁଲରେ ବହୁ ବର୍ଷ ହେଲା ହିନ୍ଦୀ ଓ ଗଣିତ ଶିକ୍ଷକ ନାହାଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତ ଓ ହିନ୍ଦୀ ଶିକ୍ଷା ସଠିକ ଭାବେ ପାଇ ପାରୁ ନାହାନ୍ତି । ଏଥିପାଇଁ ଅଭିଭାବକ ମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଏଥିପାଇଁ ଆଜି ସେମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ବୋଲି କହିଛନ୍ତି । ବହୁ ସମୟ ଧରି ଫାଟକ ଆଗରେ ବସି ରହିବା ପରେ ବି ଇ ଓ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । Advertisement
ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ବିଦ୍ୟୁତ ବିଭାଗ ଏକ ପ୍ରକାର ଅକାମି ହୋଇପଡିଛି । ବାରମ୍ବାର ଆଘୋଷିତ ବିଦ୍ୟୁତ କାଟ ସହିତ ଲୋ ଭୋଲ୍ଟେଜ…
ଟିପିସିଓଡିଏଲ ଅଫିସ ସମ୍ମୁଖରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିକ୍ଷୋଭ ଅନୁଗୁଳ – ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହାନ୍ଵ କ୍ରମେ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି । ଏହି ପରିପେକ୍ଷିରେ ପ୍ରିପେଡ ସ୍ମାର୍ଟ ମିଟର…
ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ଅନୁଗୁଳ – ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ…