ସମସ୍ୟା ଏଟିଏମ ଥାଇ ଟଙ୍କା ପାଇଁ ଦହଗଞ୍ଜ ଅଞ୍ଚଳବାସୀ Angul OnlineJanuary 26, 2022January 26, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ସେହି ଅଞ୍ଚଳର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଦୈନିକ ଶହ ଶହ ଲୋକ ଏଠାକୁ ବିଭିନ୍ନ କାମ ନେଇ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏଠାରେ ଦୁଇଟି ବ୍ଯାଙ୍କ ଖୋଲିଥିବା ବେଳେ ତିନୋଟି ଏଟିଏମ ରହିଛି । ହେଲେ ଏହି ତିନୋଟି ଏଟିଏମକୁ ନେଇ ଦହଗଞ୍ଜ ହେଉଛନ୍ତି ଅଞ୍ଚଳବାସୀ । କୋଶଳା ବଜାରର ଚନ୍ଦନନଗର ଠାରେ ରହିଛି ଏସବିଆଇ ର ଏଟିଏମ , ମେଡିକାଲ ଛକରେ ରହିଛି ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଏଟିଏମ ଓ ବଜାର ଭିତରେ ରହିଛି ଆକ୍ସିସ ବ୍ୟାଙ୍କ ଏଟିଏମ । ହେଲେ ତିନୋଟି ଏଟିଏମ ଥିବା ସତ୍ବେ ଦରକାର ବେଳେ ଟଙ୍କା ଉଠାଇ ପାରୁ ନାହାଁନ୍ତି ଲୋକେ । ପ୍ରାୟ ସମୟରେ ଏସବିଆଇ ଏଟିଏମ ରେ ଟଙ୍କା ରହୁ ନଥିବା ବେଳେ ଅନ୍ୟ ଦୁଇଟି ଏଟିଏମ ଅନେକ ଦିନ ହେଲା ବନ୍ଦ ହୋଇ ପଡିଛି । ଫଳରେ ଦୂର ଦୁରାନ୍ତର ହେଉ କିମ୍ବା ଅଞ୍ଚଳବାସୀ ହଠାତ ତାଙ୍କ ଦରକାର ବେଳେ ଟଙ୍କା ଉଠାଇ ନପାରି ହଇରାଣ ହେଉଛନ୍ତି । ଅନେକ ସମୟରେ ଟଙ୍କା ଉଠାଇବାକୁ ଛେଣ୍ଡିପଦା ଯିବାକୁ ପଡୁଛି । ଏଣୁ ଏହି ସମସ୍ଯା ତୁରନ୍ତ ଦୂର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । Advertisement
ଏମସିଏଲର ସବ୍ କମିଟି ବୈଠକ – ୧୨ଟି ସମସ୍ୟାର ଆଲୋଚନା ଅନୁଗୁଳ -: ଅନୁଗୁଳ ଜିଲ୍ଲା ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମସିଏଲ) ଅନ୍ତର୍ଗତ ବିଭିନ୍ନ ଖଣିରେ ବହୁ ଦିନରୁ ପଡି ରହିଥିବା ବିସ୍ଥାପନ ସମସ୍ୟାକୁ ନେଇ ଜିଲ୍ଲା କାର୍ଯ୍ୟାଳୟ…
ଜନ ବସତିରେ କଂକ୍ରିଟ ପ୍ଲାଣ୍ଟ – ବିରୋଧ କାଲେ ସ୍ଥାନୀୟ ବାସିନ୍ଦା ଅନୁଗୁଳ – ରେସିଡେନ୍ସିଆଲ ଏରିଆରେ କଂକ୍ରିଟ ପ୍ଲାଣ୍ଟ । ତା ପୁଣି ବିନା କୌଣସି ଅନୁମତିରେ । ନା ପ୍ରଶାସନର ଅନୁମତି ନିଆ ଯାଇଛି ନା ପ୍ରଦୂଷଣ…
ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ଅନୁଗୁଳ – ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ…