ମୁଖ୍ୟ ଖବର ବିଷ ପିଇଲେ ପ୍ରେମିଯୁଗଳ Angul OnlineAugust 21, 2024August 21, 2024 ଅନୁଗୁଳ – ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ହିନ୍ଦୋଳ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଗୁରୁତର ଅବସ୍ଥାରେ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ କଂସରା ଗାଁର ବିକାଶ ନାଥ ଓ ନିକଟ ଗାଁର ଜଣେ ନାବାଳିକା ସହ ପ୍ରେମ ସମ୍ପର୍କ ଥିଲା । ଉଭୟ ଗତକାଲି ବିବାହ କରିବା ପାଇଁ ଘର ଛାଡ଼ି ପଳାଇଥିଲେ । ତେବେ ଯୁବତୀ ଜଣଙ୍କ ନାବାଳିକା ହୋଇଥିବା ଯୋଗୁଁ ଉଭୟଙ୍କୁ ଉଭୟଙ୍କ ପରିବାର ବୁଝାସୁଝା କରିବା ପରେ ଯୁବତୀଙ୍କୁ ନିଜ ଘରକୁ ନେଇ ଆସିଥିଲେ । ତେବେ ଆଜି ସକାଳୁ ନାବଳିକାକୁ ରାସୋଳ ଜଙ୍ଗଲ ଓ ପ୍ରେମିକ କୁ ସାତମାଇଲ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଭୟ ବିଷ ପିଇ ଗୁରୁତର ଥିବା ବେଳେ ଉଭୟଙ୍କୁ ପ୍ରଥମେ ରାସୋଳ ମେଡ଼ିକାଲ ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।।ଉଭୟଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ସେପଟେ ଯୁବକଙ୍କ ମା ଉଭୟଙ୍କୁ ବିଷ ଦେଇ ମାରି ଦେବାକୁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । Advertisement
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟ -୫ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ପଡି ଯୁବକଙ୍କ ମୃତ୍ୟୁ ଘଟଣା – ୩ ସୁରକ୍ଷାକର୍ମୀ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଡିସେମ୍ବର ୧୬ ତାରିଖରେ ୪ ମହଲା କୋଠାରୁ ଡେଇଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଜିଲ୍ଲା…
୧୦ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଜନ୍ମାଷ୍ଟମୀର ପବିତ୍ର ଅବସରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବନମାଳିପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର…