ଧରମପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ସ୍ତରୀୟ କାୟାକଳ୍ପ ଦଳ ପରିଦର୍ଶନ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ସ୍ତରୀୟ କାୟାକଳ୍ପ ଦଳ ପରିଦର୍ଶନରେ ଆସିଥିଲେ ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ, ପରିଛନତା, ରୋଗୀ ଗୃହ , ଔଷଧ କେନ୍ଦ୍ର , ରକ୍ତ ନମୁନା କେନ୍ଦ୍ର , ଶୌଚାଳୟ , ଫୁଲ ବଗିଚା , ଔଷଧୀୟ ଉଦ୍ୟାନ ସମେତ ସ୍ଵାସ୍ଥ୍ୟ ଉପ କେନ୍ଦ୍ରର ଚତୃପାର୍ଶ୍ଵ  ବୁଲି ତଦାରଖ କରିଥିଲେ । ଏହା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ପରି ଚାଳନା ବିଷୟରେ ବୁଝିଥିଲେ ଜିଲ୍ଲାର ପ୍ରଥମ ଉପସ୍ଵାସ୍ଥ୍ୟ କେନ୍ଦ୍ର ଭାବରେ ଏହି କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବାର ଲକ୍ଷ୍ୟ ରହିଛି ବୋଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟ ପ୍ରିୟ ସମ୍ବିତ ମତ ପ୍ରଦାନ କରିଥିଲେ । ପରିଦର୍ଶନ କରିବାକୁ ଆସିଥିବା ଏହି  ଦଳରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜିଷ୍ଟ୍ ଡ଼ଃ ସୁଶ୍ରୀ ଶାନ୍ତ ତ୍ରିପାଠୀ, କ୍ଵାଲିଟି ମ୍ୟାନେଜର ବ୍ରତୀନ କୁମାର ପ୍ରଧାନ ସାମିଲ ଥିଲେ ।  ଏହି କାର୍ଯ୍ୟକ୍ରମରେ ଉପ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ ଆଶାକର୍ମୀ, ମହିଳା ସ୍ଵାସ୍ଥ୍ୟ କର୍ମୀ କବିତା ବେହେରା  , ପୁରୁଷ ସ୍ଵାସ୍ଥ୍ୟ କର୍ମୀ ମାନସ କୁମାର ସାହୁ, ଉପ ସ୍ଵାସ୍ଥ୍ୟ କେନ୍ଦ୍ର ର ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଜୀବନ ଜ୍ୟୋତ୍ସ୍ନା ଜେନା ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ । ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଗୋଡିବନ୍ଧର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟ ପ୍ରିୟ ସମ୍ବିତ ଓ ବି ପି ଏମ ମଧୁସ୍ମିତା ଦ୍ବିବେଦୀଙ୍କ ତତ୍ତ୍ଵାବଧାନରେ  ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page