ଅନୁଗୋଳ – ଅନୁଗୋଳର ଜଣାଶୁଣା ବରିଷ୍ଠ ମେଡ଼ିସିନ ସ୍ପେସିଆଲିଷ୍ଟ,(ଅବସରପ୍ରାପ୍ତ) ଡ଼ଃ ଗୋକୁଳାନନ୍ଦ ବେହେରାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବୟସ ହୋଇଥିବା ବେଳେ ସେ ଗତ କିଛି ମାସ ହେଲା କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଅନୁଗୋଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ , ଖମାର , ତାଳଚେର ଗୋପାଳପ୍ରସାଦ ଆଦି ଡାକ୍ତରଖାନାରେ ସେ ଡାକ୍ତର ଭାବେ କାମ କରିଥିବା ବେଳେ ଅଳ୍ପ ସମୟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱ।ମଧ୍ୟ ନେଇଥିଲେ । ଅବସର ପରେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲେ ।ଢେଙ୍କାନାଳ ରଂଜା ଗାଁର ବାସିନ୍ଦା ହୋଇଥିବା ବେଳେ ଅନୁଗୋଳ ପ୍ରଗତି ନଗରରେ ରହୁଥିବା ଡ଼ଃ ବେହେରା ଦୀର୍ଘ ବର୍ଷ ହେବ ଅନୁଗୋଳରେ ଚିକିତ୍ସକ ଭାବେ କାର୍ଯ୍ୟ କରିବା ସହ ବେଶ ଅମାୟିକ ବ୍ୟକ୍ତିତ୍ୱ ଯୋଗୁଁ ବେଶ ଲୋକପ୍ରିୟ ଥିଲେ । ତାଙ୍କ ବିୟୋଗରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହ ଅନୁଗୋଳରେ ଶୋକର ଛାୟା ଖେଳି ଯାଇଛି ।


