ଭିଜିଲାନ୍ସ ପଞ୍ଝାରେ ଡାକ୍ତର ବାବୁ

ଅନୁଗୁଳ  – ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ସୁମନ୍ତ କୁମାର ପଟେଲ । ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ଇନସେଟିଭ ଟଙ୍କା ଦେବା ପ୍ରତିବଦଳରେ ୪୯ ହଜାର ଟଙ୍କା ଦାବି କରିଥିଲେ ଡାକ୍ତର ପଟେଲ । ଯାହାକୁ ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ମୁତାବକ ଭିଜିଲାନ୍ସ ଏକ ଯୋଜନା ପ୍ରସ୍ତୁତ କରି ଡାକ୍ତର ପଟେଲଙ୍କୁ ଲାଞ୍ଚ ନେବା ସମୟରେ କାବୁ କରିଥିଲେ । ତାଙ୍କ ପାଖରୁ ୪୯ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଡାକ୍ତର ପଟେଲଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି ଅନୁଗୁଳକୁ ନିଆଯାଇଛି । ଏକକାଳୀନ ୩ ଟି ସ୍ଥାନରେ ରେଡ ଚାଲୁଥିବା ଭିଜିଲାନ୍ସ ଟିମ୍ ପକ୍ଷରୁ ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page