ମୁଖ୍ୟ ଖବର ଅର୍ଥନୈତିକ ଅବରୋଧ ଯୋଗୁଁ ଭାରିଯାନ ଚଳାଚଳ ଠପ Angul OnlineSeptember 26, 2022September 26, 2022 ଅନୁଗୁଳ – ଦୈନିକ ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ ନଂ . ରାଜ୍ୟ ରାଜପଥରେ ତାଳଚେରରୁ ଝାରସୁଗୁଡା ଅଞ୍ଚଳକୁ ଶତାଧିକ ଭାରିଯାନ ଚଳାଚଳ କରୁଛି । ଯାହା ଫଳରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । କିଛି ମାସ ମଧ୍ୟରେ ଭାରୀଜାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟି ୫ ଜଣଙ୍କର ଜୀବନହାନୀ ହୋଇଛି । ତେବେ ଏହି ରାସ୍ତାରେ ଭାରିଯାନ ଚଳାଇବା ଉପରେ କଟକଣା ଓ ରାସ୍ତା ମରାମତି ପାଇଁ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଏହାର ପ୍ରତିବାଦରେ ସୋମବାର କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ କରା ଯାଇଛି । ଭୋରରୁ ରାସ୍ତାରେ କୋଇଲା ବୋଝେଇ ଓ ବାଲି ବୋଝେଇ ସମେତ ଅନ୍ୟାନ୍ୟ ଭାରିଯାନକୁ ଅଟକାଇ ଦିଆ ଯାଇଛି । ଅନ୍ୟ ସମସ୍ତ ଯାନବାହନ ଚଳାଚଳ ସ୍ବଭାବିକ ରହିଛି । କୋଶଳା ଗ୍ରାମର ବିଭିନ୍ନ କ୍ଲବ ଓ ଯୁବଗୋଷ୍ଠୀ ସଙ୍ଗଠନର ଶତାଧିକ ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହି ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହିଛି । Advertisement
ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜରପଡା-ଛେଣ୍ଡିପଦା ପୁର୍ତ ବିଭାଗ ରାସ୍ତାର ଟେଣ୍ଟୁଲୋଇ ଗ୍ରାମର ଦଣ୍ଡା ବାଙ୍କଠାରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ମୋଟରସାଇକେଲ…
ଖସି ପଡିଲା ବ୍ରିଟିସ ଅମଳର ପୋଲ – ଲୁହା ଚୋରି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭୁଷୁଡିଲା ଛେଣ୍ଡିପଦା – ଅନୁଗୁଳ ଜିଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ନିକଟରେ ସିଙ୍ଗିଡା ନଦୀରେ ସ୍ୱାଧିନତା ପୂର୍ବରୁ ନିର୍ମିତ ପୋଲ ଭୁସୁଡି ପଡିଛି ।…
ନିଖୋଜ ବାଳକଙ୍କ ସନ୍ଧାନ ଦେଲେ ପୁରସ୍କୃତ କରାଯିବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରଡ଼ା ଗାଁର ବିରଞ୍ଚି ନାଏକଙ୍କ ୧୦ ଶ୍ରେଣୀରେ ପଢ଼ୁଥିବା ପୁଅ ବିଭୁତି ନାଏକ କେଉଁଆଡ଼େ ଚାଲି ଯାଇଛନ୍ତି ।…