ସମସ୍ୟା ଗାଁ କୁ ଗାଁ ହାତୀ ଘଉଡାଇ ଜଙ୍ଗଲ ବିଭାଗ ଏବେ ଗୋପାଳ ସାଜିଛି – ସାମାଜିକ ସୁରକ୍ଷା ମଞ୍ଚ Angul OnlineOctober 14, 2023October 17, 2023 ଅନୁଗୁଳ – ହାତୀ ଯୋଗୁଁ ଅନୁଗୁଳବାସୀଙ୍କ ଧନ ଜୀବନ ଅସୁରକ୍ଷିତ ହୋଇ ପଡିଛି । ଅନେକ ସମୟରେ ହାତୀ ପଲ ଜନ ବସତି ମୁହାଁ ହେଉଥିବା ବେଳେ ଦୁଇଟି ଦନ୍ତା ୩୦ ରୁ ଅଧିକ ଜୀବନ ନେଲେଣି । ମୁଖ୍ଯତଃ ବନ୍ତଳା ଅଞ୍ଚଳର ଲୋକେ ହାତୀ ଯୋଗୁଁ ଅତିଷ୍ଠ ହୋଇ ଗଲେଣି । ବନ ବିଭାଗ , ପ୍ରଶାସନକୁ ଯେତେ ଗୁହାରି କଲେ ମଧ୍ଯ କୌଣସି ସୁଫଳ ମିଳୁ ନାହିଁ । ବନ ବିଭାଗ ନିଦାବିଷ୍ଣୁ ସାଜିଛି । କେବଳ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ହାତୀ ଘଉଡାଇ ହାତୀ ଗୋପାଳ ସାଜିଛି ବୋଲି ମଞ୍ଚ କହିଛି । ଏଭଳି ଅଭିଯୋଗ ଆଣି ସାମାଜିକ ସୁରକ୍ଷା ମଞ୍ଚ ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି । ବନ୍ତଳା ଅଞ୍ଚଳର ଲୋକଙ୍କ ଜୀବନ କଣ ପୋକ ମାଛି ବୋଲି ପ୍ରଶ୍ନ କରି ଆସନ୍ତା ୧୬ ତାରିଖ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗଣତାନ୍ତ୍ରୀକ ପଦ୍ଧତିରେ ଗଣ ଧାରଣା ଦେବାକୁ ମଞ୍ଚ ନିଷ୍ପତ୍ତି ନେଇଛି । ଅଞ୍ଚଳକୁ ଗଜମୁକ୍ତ କରିବା ସହ ହାତୀ ଯୋଗୁଁ କ୍ଷତି ସହୁଥିବା ଚାଷୀ ମାନଙ୍କୁ ଉଚିତ କ୍ଷତିପୂରଣ ଦେବାକୁ ମଞ୍ଚ ଦାବି କରିଛି । ଏହା ସହ ମଣିଷ ଜୀବନର ମୂଲ୍ଯ ମାତ୍ର ୬ ଲକ୍ଷ ଟଙ୍କା ନୁହେଁ । ଏଣୁ ହାତୀ ଆକ୍ରମଣରେ ମୃତ୍ଯୁ ହେଲେ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଦେବାକୁ ଦାବି କରା ଯାଇଛି । ଯଦି ଏ ସବୁ ଦାବି ପୁରଣ ନ ହୁଏ ତେବେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ମଞ୍ଚ ଚେତବନୀ ଦେଇଛି । ଏ ନେଇ ଶନିବାର ଏକ ସମ୍ବାଦିକ ସମ୍ମିଳନୀରେ ସୁଚନା ଦିଆ ଯାଇଛି । ଆଜିର ସମ୍ବାଦିକ ସମ୍ମିଳନୀରେ ମଞ୍ଚର ସଭାପତି ପଣ୍ଡିତ ମହେଶ ସାହୁ , ଉପଦେଷ୍ଟା ନିରଂଜନ ଦେହୁରୀ , କାର୍ଯ୍ଯକାରୀ ସଭପତି ତପନ ଦେହୁରୀ , ଲକ୍ଷ୍ମଣ ସାହୁ , ଦୁର୍ଗା ଚରଣ ପ୍ରଧାନ ଆଦି ଉପସ୍ଥିତ ଥିଲେ । Advertisement
ବିଶ୍ୱ ପରିବେଶ ଦିବସ ପାଇଁ ଗଛ ଲଗାଇ ୧୦ ଦିନ ପରେ ଉପାଡ଼ିଦେଲେ ଅନୁଗୋଳ – ବିଶ୍ୱ ପରିବେଶ ଦିବସରେ ଗଛ ଲଗାଇଲେ । ଦୁଇ ସପ୍ତାହେ ଯାଇ ନଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଚାରାକୁ ବୁଲଡୋଜର ଲାଗାଇ ଉପାଡ଼ିଦେଲେ ।…
ଜନଶୂନ୍ୟ ଗାଁ ‛କୁରୁଡୁ’ – ଷାଠିଏ ପରିବାରରୁ ଆଉ ଅଛନ୍ତି ଆଉ ଚାରି ବନ୍ତଳା – ଏକଦା ଗାଁ ଦାଣ୍ଡରେ ଲାଗିରହୁଥିଲା ଗହଳିଚହଳି । ସକାଳୁ ଚଷା ପୁଅ ନିଜର ହଳଲଙ୍ଗଳ ଧରି କ୍ଷେତକୁ ବାହାରି ଯାଉଥିଲା । ମେଳା ମହୋତ୍ସବରେ…
ରାଜପଥ ସମସ୍ଯା ନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗଡକରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି…