ସମସ୍ୟା ଶିକ୍ଷକ ଅଭାବ – ସ୍କୁଲରେ ପଡିଲା ତାଲା , ରାସ୍ତା ଅବରୋଧ Angul OnlineMarch 7, 2022March 7, 2022 ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ସୋମବାର ଦିନ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ବନ୍ତଳା-ଟିକରପଡା ରାସ୍ତା ଅବରୋଧ କରିଥିଲେ । ଏହା ଫଳରେ ଉଭୟ ପାର୍ଶ୍ଵରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁସାରେ ବନ୍ତଳା ଥାନା ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମୋଟ ୨୧୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହି ଅନୁସାରେ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି । ଗତ ଅକ୍ଟୋବର ମାସରେ ୩୦ ତାରିଖରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ ପ୍ରଧାନଙ୍କ ସହ ଅନ୍ୟ ସଦସ୍ୟମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ବିଦ୍ୟାଳୟକୁ ଆଉ ୪ଜଣ ଶିକ୍ଷକ ଆବଶ୍ୟକତା ନେଇ ଜଣାଇବା ପରେ ଏପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି କରାଯାଇନାହିଁ । ଫଳରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସେମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ରାସ୍ତା ଅବରୋଧ କରିଥିଲେ । Advertisement
ଅସହଯୋଗ ଆନ୍ଦୋଳନରେ ଡାକ୍ତର – ସ୍ଥାୟୀ ନିଯୁକ୍ତି ଦାବି ଅନୁଗୁଳ – ରାଜ୍ୟ ଆୟୁଷ ଡ଼ାକ୍ତର ସଂଘ ସହବନ୍ଧିତ ଅନୁଗୁଳ ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ତରଫରୁ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ…
ରାଜପଥ ତାତି – ୬ ଘଣ୍ଟିଆ ରାଜପଥ ଅବରୋଧ ଅନୁଗୁଳ – ଅନଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର ୫୫ର ଶୋଚନୀୟ ଅବସ୍ଥାକୁ ନେଇ ଅନୁଗୁଳ ଜିଲ୍ଲାରେ ରବିବାର ଅନୁଗୁଳ ରାଜପଥ ଅବରୋଧ କରାଯାଇଛି…
କୋଇଲା ଖଣିରେ ପାଉଁଶ – ଜନ ପ୍ରତିନିଧିଙ୍କ ବିରୋଧ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଅଂଚଳ କୋଇଲା ଖଣି ପାଇଁ ପ୍ରଦୂଷିତ ହୋଇ ବିଶ୍ୱରେ ପ୍ରଦୂଷିତ ସହର ଭାବରେ ପରିଚିତ ହେଲାଣି । ଏପଟେ…