ରାଜନୀତି ବିଜେପିରେ ଯୋଗ ଦେଲେ ଦୂର୍ଗା Angul OnlineDecember 28, 2021December 28, 2021 ଅନୁଗୁଳ – ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ କିଛି ଦିନ ପୂର୍ବରୁ ବିଜେଡି ଦଳ ଇସ୍ତଫା ଦେଇଥିବା ବେଳେ ଶେଷରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ତିନି ଥର ସମିତି ସଭ୍ୟ ହୋଇଥିବା ଦୁର୍ଗାଙ୍କ ପାଖରେ ଦୀର୍ଘ ୩୧ ବର୍ଷର ରାଜନୈତିକ ଅଭିଜ୍ଞତା ରହିଥିବା ବେଳେ ବିଜେଡିରେ ସେ କୋଣଠେସା ହୋଇଥିଲେ । ଏଥିପାଇଁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦାନ କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦୂର୍ଗାଙ୍କ ବିଜେପିରେ ଯୋଗଦାନ ପରେ ଅନୁଗୁଳ ବ୍ଲକରେ ବିଜେପିର ଶକ୍ତି ବୃଦ୍ଧି ପାଇବା ସହ ଆଗାମୀ ନିର୍ବାଚନ ଶୁଭଂକର ହେବ ବୋଲି ଆଶା କରା ଯାଉଛି । Advertisement
ବିଜେପି ନେଲାବେଳେ ଚତୃର୍ଭୁଜ, ଦେଲାବେଳେ ଖାଲି ହାତ ଅନୁଗୁଳ – ଅନୁଗୁଳର ଛେଣ୍ଡିପଦା ଓ ଆଠମଲ୍ଲିକରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିଜେଡି ବରିଷ୍ଠ ନେତା…
ସଂଗ୍ରାମର ମାଟି ଅନୁଗୁଳ – ମୁଖ୍ୟମନ୍ତ୍ରୀ 👉 ୧୮୦୦ କୋଟି ମୂଲ୍ୟର ପ୍ରକଳ୍ପ ଶୁଭାରମ୍ଭ 👉 ବିକାଶ ଅନୁଗୁଳର ସବୁଠାରୁ ବଡ ପରିଚୟ ଅନୁଗୁଳ – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ…
ଏବିଭିପିର ରାଜ୍ୟ ଅଧିବେଶନ ଅନୁଗୁଳରେ ହେବ ଅନୁଗୁଳ – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ତରଫରୁ ଚଳିତ ବର୍ଷ ଏବିଭିପିର ୪୭ ତମ ରାଜ୍ୟ ଅଧିବେଶନ ଆସନ୍ତା ଡ଼ିସେମ୍ବର ୨୩ , ୨୪…