ଆଞ୍ଚଳିକବାଣିଜ୍ୟମୁଖ୍ୟ ଖବର ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା Angul OnlineJanuary 24, 2021January 24, 2021 ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଅବରୋଧ ଡାକରା ଦିଆଯାଇଛି । ତାଳଚେରସ୍ଥିତ TTPS , NTPC କୁ କାର୍ଯ୍ୟକାରୀ ରାଖୀ ଏକକାଳୀନ ନୂତନ ପ୍ଳାଣ୍ଟ ନିର୍ମାଣ , ନବଗଠିତ ମେଡିକାଲ କଲେଜ ( ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ) କୁ ତୁରନ୍ତ ଖୋଲିବା ସହ ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ନାମ ଲେଖିବା , ତାଳଚେର ରେଳ ଷ୍ଟେସନ ଠାରୁ ଅନୁଗୁଳ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ପ୍ରତ୍ୟବର୍ତ୍ତୀ ଉପମାର୍ଗ ରେଳପଥକୁ ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା , କଣିହାଁ ବ୍ଲକ ଓ ପାଲଲହଡା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ରେଳଯାତ୍ରାର ସୁଯୋଗ ଦେବାପାଇଁ ତାଳଚେର-ପୁରୀ ପାସେଞ୍ଜର ଟ୍ରେନକୁ NTPC ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ଓ ଧୁଳିଧୂଆଁ ପ୍ରଦୂଷଣ କମାଇବା ସହ ଆଞ୍ଚଳିକ ବେକାରି ଦୂରୀକରଣ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସମସ୍ତ କୋଇଲା ପରିବହନ ରେଳଡବା ଗୁଡିକୁ ପାଲ ଘୋଡାଇବା ଦାବି କରି ଏହି ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ଅନିର୍ଦିଷ୍ଟ କାଳ ପାଇଁ ଡାକରା ଦିଆ ଯାଇଥିବା ଏହି ଅବରୋଧ ବେଳେ ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ କରାଯିବ ବୋଲି ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି । Advertisement
ଆମ ହସପିଟାଲ ଦାବିରେ ବୈଠକ ବର୍ଜନ କଲେ ଜିଲ୍ଲା-ପରିଷଦ ଅନୁଗୋଳ – ରାଜ୍ୟ ସରକାର ୧୪୭ ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଡାକ୍ତରଖାନାକୁ ମୋ ହସପିଟାଲ ଯୋଜନାରେ ସାମିଲ କରିଛନ୍ତି । ତେବେ ଅନୁଗୋଳ ଜିଲ୍ଲାର…
ଉପ ନିର୍ବାଚନ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀନୀ କଲେ ନାମାଙ୍କନ ପତ୍ର ଦାଖଲ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଉପ-ନିର୍ବାଚନ ହେବାକୁ ଅଛି । ଏଥିପାଇଁ ଆଜି (ସୋମବାର) ବିଜୁ ଜନତା ଦଳରେ…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନୁଗୁଳ ଗସ୍ତ – ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଅନୁଗୁଳ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସିଥିବା ବେଳେ ଅନୁଗୁଳ ମ୍ୟୁନିସପାଲିଟି ଛକଠାରେ ଆୟୋଜିତ ‘ସ୍ୱଚ୍ଛ, ସୁନ୍ଦର…