ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଅଟକ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ପୁଣି ଏକ ଲଜ୍ୟା । ୧ ମାସ ତଳେ ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ବେଳେ ପୁଣି ଜଣେ ମୁକ, ବଧିର ଯୁବତୀଙ୍କୁ ଜଣେ ବୃଦ୍ଧ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଛେଳି ଚରାଇବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଏଵେ ୮ ମାସର ଗର୍ଭବତୀ ଅଛନ୍ତି । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ପୁଲିସ ଛେଣ୍ଡିପଦା ଥାନାରେ ୪୪୫/୨୫ରେ ଏକ ମାମଲା ରୁଜୁ କରିବ ସହିତ ପୁଲିସ ଘଟଣା ସମ୍ପର୍କରେ ଛାନଭିନ୍ ଚଳାଇଛି । ସୂଚନା ଅନୁସାରେ ନାକିଟିଦେଉଳ ଥାନା ଅଞ୍ଚଳର ଜୈନେକା ମୁକ ବଧିର ଯୁବତୀଙ୍କର ବାପାଙ୍କ ମୃତ୍ୟୁ ପରେ ଯୁବତୀ ଜଣଙ୍କ ଛେଣ୍ଡିପଦା ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟ କକା ଘରେ ୫ବର୍ଷ ହେବ ରହିଵା ସହିତ ଛେଳି ଚରାଉ ଥିଲେ । ଏହି ଛେଳି ଚରାଉଥିବା ବେଳେ ନିକଟସ୍ଥ ଜଙ୍ଗଲରେ ବୃଦ୍ଧ ଜଣଙ୍କ ଯୁବତୀଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କରିଥିଲେ । ଏହି ଦୁଷ୍କର୍ମର ପରେ ଯୁବତୀ ଜଣଙ୍କ ୮ ମାସର ଗର୍ଭବତୀ ହେବା ପରେ ସମ୍ପର୍କୀୟ କକାଙ୍କ ପରିବାର ଲୋକ ଜାଣି ଯାଇଥିଲେ । ଏନେଇ ଯୁବତୀଙ୍କ ମା ଜାଣିବା ପରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଯୁବତୀଙ୍କର BNSS ଆକ୍ଟ ଅନୁଯାୟୀ ବୟାନ ରେକର୍ଡ କରିଛି । ଯୁବତୀ ଜଣଙ୍କ ମୁକ ବଧିର ହୋଇଥିବାରୁ ତାଙ୍କ ଭାଷା ବୁଝି ପାରୁଥିବା ଏକ୍ସପର୍ଟ ଙ୍କ ଦ୍ୱାରା ବୟାନ ରେକର୍ଡ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି । ପୁଲିସ ପୀଡ଼ିତାଙ୍କ ବୟାନକୁ ଆଧାର କରି ଦୁଷ୍କର୍ମ ପୀଡ଼ିତାଙ୍କୁ ଆଠମଲ୍ଲିକ ଅଞ୍ଚଳରେ ଚଢ଼ାଉ କରି ଅଟକ ରଖି ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *