ଅପରାଧ ଛିନତାଇ ଅଭିଯୋଗରେ ୨ ନାବାଳକ ସମେତ ୪ ଗିରଫ Angul OnlineJuly 18, 2021July 18, 2021 ଅନୁଗୁଳ – ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ବେଳେ ଏହି ଘଟଣାରେ ୨ ନାବାଳକଙ୍କ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ପଶୁପତି ପଶୁ ଖାଦ୍ୟ କମ୍ପାନୀର ସୁପର ଭାଇଜର କାଳନ୍ଦି ଦେହୁରୀ ଜଣେ ସହଯୋଗୀ ସହ ଅନୁଗୁଳରୁ ବନ୍ତଳା ରାତିରେ ଯିବା ସମୟରେ ଶରଧାପୁର ନିକଟରେ କଣିହାଁ ଥାନା ଅଞ୍ଚଳ ଡ଼େରେଙ୍ଗର ଜଣେ ଯୁବକ, ସଦରଥାନା ଟିପିରିସିଂହାର ଜଣେ ଯୁବକ ଓ ୨ ନାବାଳକ ରାସ୍ତାରେ ଅଟକାଇ ତାଙ୍କ ମୋଟର ସାଇକେଲ ଓ ମୋବାଇଲ ଫୋନ୍ ନେଇ ପଳାଇଥିଲେ । ସେହିଦିନ ଭୋର ସମୟରେ ଶାବଳଭଙ୍ଗା ଗାଁର ଗୋକୁଳ ପ୍ରଧାନ ଅନୁଗୁଳ ଆସୁଥିବା ବେଳେ ତାଙ୍କ ବାଇକ୍ ଓ ଫୋନ୍ ଛଡ଼ାଇ ନେଇଥିଲେ । ଏ ନେଇ ଉଭୟେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ ମୋଟର ସାଇକେଲ ଓ ମୋବାଇଲ ଫୋନ୍ ଉଦ୍ଧାର କରିଛି । Advertisement
କାର ସହ ୫୨ କେଜି ଗଞ୍ଜେଇ ଜବତ-୪ ଜଣ ଯୁବକ ଗିରଫ ପାଲଲହଡା – ଗଞ୍ଜେଇ ଚୋରାଚାଳଣ ବେଳେ ପୁଲିସ ଦୁଇଟି କାର ସହ ୫୨ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ…
ନାବାଳିକା ଅପହରଣ , ଦୁଷ୍କର୍ମ ପରେ ବିକ୍ରି ଉଦ୍ୟମ – ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି…
ଅନୁଗୁଳରେ ଅଭାବନୀୟ ଘଟଣା – କୂଅରେ ପକାଇ ୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢିପ ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । କୌଣସି କାରଣରୁ…