ଗ୍ୟାସ ରିଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ – ଜଳିଗଲା ସମ୍ପୁର୍ଣ୍ଣ ଦୋକାନ

ଅନୁଗୁଳ – ଅନଗୁଳ କାଲଟାକ୍ସ ଛକ ନିକଟରେ ଥିବା ଏକ ଦୋକାନରେ ଗ୍ୟାସ ରିଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଦରେ ଦୋକାନଟି ସମ୍ପୁର୍ଣ୍ଣ ଜଳି ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ କାଲଟାକ୍ସ ଛକରେ ଥିବା ଏକ ଗ୍ୟାସ ରିପାଇରିଙ୍ଗ ଓ ରିଫିଲିଙ୍ଗ ଦୋକାନରେ ଛୋଟ ଟାଙ୍କିରେ ଗ୍ୟାସ ଭର୍ତ୍ତି କରିବା ବେଳେ ଅସାବଧାନତା ଯୋଗୁଁ ହଠାତ ନିଆଁ ଲାଗି ଯାଇଥିଲା । ଟାଙ୍କିରେ ନିଆଁ ଲାଗିବା ସହ ସଙ୍ଗେ ସଙ୍ଗେ ସମ୍ପୁର୍ଣ୍ଣ ଦୋକାନକୁ ବ୍ୟାପୀ ଯାଇଥିଲା । ଫଳରେ ଦୋକାନଟି ସମ୍ପୂର୍ଣ ଜଳି ଯାଇ ଥିବା ଜଣା ପଡିଛି l ଖବର ପାଇ ଘଟଣା ସ୍ଥଳରେ ଅନଗୁଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା ।

 

Advertisement

Leave a Reply

Your email address will not be published. Required fields are marked *

You cannot copy content of this page