ଅପରାଧମୁଖ୍ୟ ଖବର ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ Angul OnlineJune 18, 2023June 18, 2023 ଅନୁଗୋଳ – ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମହିଧରପୁର ନିକଟରେ ଘଟିଛି । ସୂଚନା ଅନୁସାରେ ଅନୁଗୋଳ-କଟକ ପୁରୁଣା ରାଜ୍ୟ ରାଜପଥରେ ବନ୍ତଳା ପଟରୁ ଏକ କାର ଦ୍ରୁତ ଗତିରେ କଟକ ଆଡକୁ ଯାଉଥିଲା । ମହିଧରପୁର ଗାଁ ନିକଟରେ ଜଣେ ମହିଳା ରାସ୍ତା ପାର ହେଉଥିବା ବେଳେ ଉକ୍ତ କାରଟି ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସେହି ଗାଁର ସୁଷମା ପ୍ରଧାନ ନାମକ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ଦେଖାଦେଇ ଥିଲା । ଉତ୍ତ୍ୟକ୍ତ ଲୋକ କାରରେ ଥିବା ଦୁଇ ଜଣଙ୍କୁ ଅଟକ ରଖି ମାଡ଼ ପିଟ କରିଥିଲେ । ସେତିକି ବେଳେ କାରରେ ବିପୁଳ ପରିମାଣର ଗଞ୍ଜେଇ ଠାବ କରା ଯାଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାର ସହ ଗଞ୍ଜେଇ , ଚାଳକ ଓ ଅନ୍ୟ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଗାଁରେ ଦୁର୍ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । ଫଳରେ ଉଭୟ ପାର୍ଶ୍ଵରେ ଗାଡି ମୋଟର ଅଟକି ରହିଛି । Advertisement
୭ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ – ବନ୍ଧୁକ ଗୁଳି ସହ ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ଏକ ବଡ ଧରଣର ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି…
ପାଞ୍ଚ ଲୁଟେରା ଗିରଫ – ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଶାଳଗାଡ଼ିଆ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀ ପପୁନ ପୋଇଙ୍କ ଠାରୁ ଗତ ୧୧ ତାରିଖରେ ଦୁଇ…
ମୋଟସାଇକେଲ ଚୋରୀ ଗ୍ଯାଙ୍ଗ ଗିରଫ – ଦୁଇ ନାବାଳକ ଥିଲେ ମାଷ୍ଟର ମାଇଣ୍ଡ ଅନୁଗୁଳ -(ଅନୁଗୁଳ ଅନଲାଇନ୍)- ୨୧/୦- ଅନୁଗୁଳ ଜିଲ୍ଲା ପୁଲିସକୁ ପୁଣି ଏକ ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରୀ କରୁଥିବା ଏକ ମୋଟରସାଇକେଲ…