ଅପରାଧ ଲୁହା ପଥର ଗୁଣ୍ଡ ଚୋରା ଚାଲାଣ – ୬ ଗିରଫ ,୩ ଟ୍ରକ ଜବତ Angul OnlineJuly 18, 2021July 18, 2021 ପାଲଲହଡା – ବହୁ ଦିନରୁ ବନ୍ଦ ପଡିଥିବା ଲୁହାପଥର କ୍ରସରରୁ ରାତି ଅଧିଆ ଲୁହାପଥର ଗୁଣ୍ଡ ଚୋରା ଚାଲାଣ କରିବା ବେଳେ ପୁଲିସ ଚଢ଼ାଉ କରି ୬ ଜଣ ଗିରଫ କରିବା ସହ ତିନୋଟି ଟ୍ରକ ଓ ଏକ ସ୍କୁଟି ଜବତ କରିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଡାଲୋ ଗ୍ରାମର ରାଜାମୁଣ୍ଡାରେ ମାହେଶ୍ୱରୀ ମିନେରାଲ ନାମକ ଏକ କ୍ରଶର ବହୁଦିନରୁ ବନ୍ଦ ପଡିଥିଲା । ତେବେ ସେଥିରେ ଗଚ୍ଛିତ ଥିବା ଲୁହା ପଥର ଗୁଣ୍ଡକୁ ରାତି ଅଧିଆ ଟ୍ରକ ଯୋଗେ ବାହାରକୁ ଚାଲାଣ କରାଯାଉଥିଲା । ମାହେଶ୍ଵରୀ ମିନେରାଲ ୨୦୦୩ ରୁ ୨୦୧୦ ପର୍ଯ୍ୟନ୍ତ ପରମ ସିଂ କାନ୍ତିଲାଲ ପଟେଲ ପରିଚାଳନା କରୁଥିବା ବେଳେ ୨୦୧୦ରୁ ୨୦୧୧ ପର୍ଯ୍ୟନ୍ତ ମାଇକ୍ରୋ ଫାଇନାନ୍ସ ଲିମିଟେଡ ନାମକ ଚିଟଫଣ୍ଡ ସଂସ୍ଥା ପରିଚାଳନା କରିଥିଲେ । ଚିଟଫଣ୍ଡ ସଂସ୍ଥା ବନ୍ଦ ହେବା ପରେ ଏଠାରେ ବଳକା ଥିବା ଲୁହାପଥର ଗୁଣ୍ଡକୁ ବିଭିନ୍ନ ଚୋରା ବେପାରି ଲୋଲୁପ ଦୃଷ୍ଟି ପକାଇଥିଲେ । ସମୟ ସମୟରେ କିଛି ଲୁହାପଥର ଗୁଣ୍ଡ ଏଠାରୁ ଚାଲାଣ ହେଇଥିବା ଖବର ମଧ୍ୟ ପୁଲିସ ପାଇଥିଲା । ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଚୋରା ଚାଲାଣ ହେଉଥିବା ଖବର ପାଇ ପାଲଲହଡ଼ା ପୋଲିସ ଏ ଏସ ଆଇ ପ୍ରଦୀପ ପଟ୍ଟନାୟକଙ୍କ ନେତୃତ୍ଵରେ ଘଟଣାସ୍ଥଳରେ ଅତର୍କିତ ଚଢାଉ କରିଥିଲେ । ପୁଲିସକୁ ଦେଖି କିଛି ଲୋକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଥିବା ତିନୋଟି ଟ୍ରକ (OD07AK4917, OD07AK5543 ,OD07AJ4917) ରେ ଲୁହା ପଥର ଗୁଣ୍ଡ ଲୋଡ୍ ହେଉଥିବା ଦେଖି କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ଟ୍ରକ ଚାଳକ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ଘଟଣା ସ୍ଥଳରୁ ତିନୋଟି ଟ୍ରକ ସମେତ ଏକ ସ୍କୁଟିକୁ ଜବତ କରିଥିଲେ ଏବଂ ଘଟଣା ସ୍ଥଳରେ ଥିବା ଗାଡି ଚାଳକ ସମେତ ୬ ଜଣକୁ ଗିରଫ କରା ଯାଇଥିଲା । ଗିରଫ ବ୍ୟକ୍ତି ମାନେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ର ଅଶ୍ଵିନି ମିଶ୍ର , ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ରାଜା ଡାକୁଆ , ରୂଷଭ ପ୍ରଧାନ ଓ ରାଜେନ୍ଦ୍ର ପ୍ରଧାନ , ଭଞ୍ଜନଗର ଥାନା ଅଞ୍ଚଳର କର୍ଣ୍ଣ ସାମଲ , ଅନଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଞ୍ଚଳର ଆଶିଷ କୁମାର ସାମଲ । ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି । Advertisement
ବିପୁଳ ପରିମାଣର ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଏସ.ଟି.ଏଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏସ.ଟି.ଏଫ. ଚଢ଼ାଉ କରି ୧୬୧ କେଜି ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ମହଜୁଦ ରଖିବା ଅଭିଯୋଗରେ…
ଚାକିରି ଲୋଭ ଦେଖାଇ କାର ଭିତରେ ମହିଳାଙ୍କୁ ଅସଦାଚରଣ ଅନୁଗୁଳ – ଚାକିରି ଲୋଭ ଦେଖାଇ କାର୍ ଭିତରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ । କାର ଭିତରୁ କୌଶଳ କ୍ରମେ ଖସି ଆସି ଥାନାର ଦ୍ୱାରସ୍ଥ ହେଲେ…
ବେଆଇନ ଆଣ୍ଟିଜେନ ଟେଷ୍ଟ କରି ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ ଆଣ୍ଟିଜେନ କିଟ୍ ମାଧ୍ୟମରେ ବେଆଇନ ଭାବେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି…