ମୁଖ୍ୟ ଖବର ଆମ୍ବ ଲୋଭ କରି ଗଛରେ ଲାଖି ରହିଲା ହାତୀ – ୫ ଘଣ୍ଟା ପରେ ହେଲା ଉଦ୍ଧାର Angul OnlineMay 9, 2023May 9, 2023 ଅନୁଗୋଳ – ଆମ୍ବ ଖାଇବାକୁ ଆସି ଫସିଗଲା ହାତୀ । ଗୋଡ଼ ଫସି ଯିବାରୁ ଦୁଇ ଗଛ ମଝିରୁ ବାହାରି ପାରିଲା ନାହିଁ । ଦୀର୍ଘ ୫ ଘଣ୍ଟା ପରେ ବନ ବିଭାଗ ପ୍ରଚେଷ୍ଟା ପରେ ହାତୀ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଅନୁଗୋଳ ବନଖଣ୍ଡ କରତପଟା ସେକ୍ସନ ଅନ୍ତର୍ଗତ ବୃତ୍ତି ଗ୍ରାମ ନିକଟରେ ଥିବା ଆମ୍ବ ବଗିଚାରେ ଆଜି ରାତି ପ୍ରାୟ ୪ଟା ବେଳକୁ ଏକ ମାଈ ହାତୀ (୧୫-୨୦ ବର୍ଷ) ଆମ୍ବ ଖାଇବାକୁ ଯାଇଥିଲା ବେଳେ ଆମ୍ବ ଗଛ ମଧ୍ୟରେ ତାର ଗୋଟିଏ ଗୋଡ଼ ଫସି ଯାଇଥିଲା । ଘଟଣା ସମ୍ପର୍କରେ ସକାଳେ ଜଣା ପଡିବା ପରେ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଗଛକୁ ଟାଣି ହାତୀକୁ ସେଠାରୁ ଉଦ୍ଧାର କରିଥିଲେ । ତେବେ ସେ ଆହତ ହୋଇଥିବାରୁ ତାର ଚିକିତ୍ସା କରାଯାଇଛି । ହାତୀକୁ ପେନ କିଲର ଏବଂ ଭିଟାମିନ ଦିଆ ଯାଇଛି । ଏହା ସହ ଏବେ ମଧ୍ୟ ହାତୀ ଉପରେ ବନ ବିଭାଗ ନଜର ରଖିଛି । ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ନଜର ରଖାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି । https://angulonline.com/odia/wp-content/uploads/2023/05/WhatsApp-Video-2023-05-09-at-08.45.22.mp4 Advertisement
ପାଠ ପଢିବାକୁ ଯାଇଥିଲେ , ଶବ ହୋଇ ଫେରିଲେ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କଞ୍ଜରା ଗ୍ରାମର ଛାତ୍ର ଶୁଭ୍ରାଂଶୁ ଦେହୁରୀ (ପିପୁ) ଜେଇ ମେନ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୯.୩୪% ରଖି ସାରା…
ଘରୁ ଅପହରଣ କରି ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଘର ଭିତରୁ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ(ଫାଷ୍ଟଟ୍ରାକ )…
ଶୈଳଶ୍ରୀକ୍ଷେତ୍ର ଆୟ ୪୧ ଲକ୍ଷ – ବ୍ୟୟ ୪୦ ଲକ୍ଷ ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…