ମୁଖ୍ୟ ଖବର ବାରହା ଫାଶରେ ପଡି ହାତୀ ମୃତ Angul OnlineAugust 27, 2022August 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ମୃତ ହାତୀର ବୟସ ପ୍ରାୟ ପାଞ୍ଚ ବର୍ଷ ହେବ । ବାରହା ଶିକାର ଲାଗି ଶିକାରୀମାନେ ବିଛାଇଥିବା ବିଦ୍ୟୁତ୍ ତାର ଫାସରେ ପଡି ଏହି ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ କୁହା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ଗ୍ରାମ ବଡ଼ଝରଠାରେ ଏକ ଦନ୍ତାହାତୀ ମରି ପଡିଥିବା ଆଜି ସକାଳେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଏନେଇ ବନ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ହାତୀଟି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଥିଲେ । ତେବେ ଏହି ଦନ୍ତାହାତୀଟି ମଧ୍ୟବୟସ୍କ ହୋଇଥିବା ବେଳେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛାଯାଇଥିବା ତାରରେ ଲାଗି ଏହି ଦନ୍ତାହାତୀଟିର ଜୀବନ ଯାଇଛି । ଘଟଣାସ୍ଥଳରେ ସାତକୋଶିଆ ଡିଏଫଓ ଡ଼ଃ ସରୋଜ ପଣ୍ଡା,ଏସିଏଫ ଶୁଭେନ୍ଦୁ ବେହେରା ପହଞ୍ଚି ହାତୀ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ କରିଛନ୍ତି । Advertisement
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…
ଛକରେ ଭୁଜାଲିରେ ହାଣି ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ପୂର୍ବ ଶତ୍ରୁତାରୁ ଭୁଜାଲିରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା । ଅନୁଗୁଳ ଅତିରିକ୍ତ…
ମହିଳାଙ୍କ ବେକରୁ ଚେନ ଛିଣ୍ଡାଇ ପଳାଉଥିଲେ – ଗାଁ ଲୋକଙ୍କ ହାତରେ ଧରା ପଡି ଛେଚା ଖାଇଲେ ଜରପଡା – (ANGUL ONLINE)- ଅନୁଗୁଳ ଜିଲ୍ଲା ଜରପଡା ଥାନା ଜରପଡା ଗାଁ ଭିତରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁଇ ଜଣ ଦୁର୍ବୃତ୍ତ…