ବାଣିଜ୍ୟ ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ Angul OnlineAugust 27, 2022August 27, 2022 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଅନୁଗୁଳ ଲକ୍ଷ୍ମୀ ହୋଣ୍ଡାଠାରେ ହୋଣ୍ଡାର ବହୁ ପ୍ରତିକ୍ଷିତସ୍କୁଟର ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ ହୋଇଛି । ହୋଣ୍ଡା କମ୍ପାନୀ ( ଜୋନାଲ ମ୍ୟାନେଜର ସେଲ୍) ରାଜେଶ ଚୌଧୁରୀ , ଏରିଆ ଇନଚାର୍ଜ ସେଲ୍ ଅମିତ କୁମାର ମହାପାତ୍ର ଏବଂ ଅଭିଷେକ ଉପାଧାୟଙ୍କ କରକମଳରେ ଏହି ବଜାର ପ୍ରବେଶ ହୋଇଥିଲା । ହୋଣ୍ଡା ଆକ୍ଟିଭା ପ୍ରିମିୟମ ଏକ ଆକର୍ଷଣୀୟ ଷ୍ଟାଇଲ ଏବଂ ଉନ୍ନତ ମାନର ମାଇଲେଜ ଦେଇଥାଏ । ଏହି ଗାଡି ୩ଟି ରଙ୍ଗରେ ଉପଲବ୍ଧ ଅଛି । ଏହି ଗାଡ଼ି ଗୋଲଡେନ ଫିନିସ ଷ୍ଟିଲ ଋଂ ସହିତ ବ୍ଲାକ କୋଟେଡ ଫ୍ରଣ୍ଟ ସସପେନସନ ଆଦି ଅତ୍ୟାଧୁନିକ ଗୁଣବତ୍ତାରେ ଭରପୁର ରହିଛି । ଏହାର ଏକ୍ସ ସୋ ରୁମ ମୂଲ୍ୟ ୭୮ ହଜାର ୫୨୩ ଟଙ୍କାରୁ ଆରମ୍ଭ ହେଉଛି । ପୁରୁଣା ଗାଡିକୁ ଏକ୍ସଚେଞ୍ଜ ଏବଂ ନୂଆ ଗାଡି କିଣିବାକୁ ଫାଇନାନ୍ସ ସୁବିଧା ରହିଛି । ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡ଼ି ସହିତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ଲକ୍ଷ୍ୟ ବୋଲି ହୋଣ୍ଡାର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି । ଏହି ବଜାର ପ୍ରବେଶ ଉତ୍ସବରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଉପସ୍ଥିତ ସମସ୍ତ ଗ୍ରାହକ ଓ ଅତିଥିଙ୍କୁ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । Advertisement
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ ହେବ ବିଶ୍ୱର ସର୍ବବୃହତ ଇସ୍ପାତ କାରଖାନା ଭୁବନେଶ୍ବର – ଲୋକସଭା ସାଂସଦ ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ (ଜେଏସପି) ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଆଜି ଓଡ଼ିଶାର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ…
ମହିନ୍ଦ୍ରା XUV 700 AX5 ସିଲେକ୍ଟ ର ବଜାର ପ୍ରବେଶ ଅନୁଗୁଳ – ମଙ୍ଗଳବାର Mahindra & Mahindra ର ଅଧୂକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରା ର ବହୁ ପ୍ରତିକ୍ଷିତ XUV 700 AX5…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…