ମୁଖ୍ୟ ଖବର ଦୁର୍ଘଟଣାରେ ତିନି ମୃତ Angul OnlineJanuary 28, 2022January 28, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୁତକ ମାନଙ୍କ ମଧ୍ୟରୁ ଜଣେ ଗଡ଼ତରାସ ଗ୍ରାମର ସନ୍ତୋଷ କୁମାର ସାହୁ ଓ ଅନ୍ୟ ଜଣଙ୍କ ଛେଣ୍ଡିପଦା ଥାନା ବାରାମଞ୍ଚା ଗାଁର ପବିତ୍ର ବେହେରା । ସୂଚନା ଅନୁସାରେ ଆଜି ଦୁଇଜଣ ଟିପିସିଓଡ଼ିଏଲ ଅଧୀନ ଶ୍ୟାମ ଇଣ୍ଡସ କମ୍ପାନୀର କର୍ମଚାରୀ ଇଲେକ୍ଟ୍ରିକାଲ ମିଟର ଲଗାଇବା ପାଇଁ ଯାଉଥିବା ସମୟରେ ମୂଷାପାପୁଲି ଛକ ନିକଟରେ ସମ୍ବଲପୁର ଆଡୁ ଆସୁଥିବା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକଟି ଦ୍ରୁତ ଗତିରେ ପଳାଇଯାଉଠିବା ବେଳେ ପଞ୍ଚମହଲା ନିକଟରେ ଧରା ପଡିଥିଲା । ତେବେ ଏହି ଘଟଣାକୁ ନେଇ କର୍ମଚାରୀ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତଦେହ ଡାକ୍ତରଖାନାରେ ରଖି କ୍ଷତିପୂରଣ ଦାବି କରିଥିଲେ । ବହୁ ବୁଝା ସୁଝା ପରେ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ଆନ୍ଦୋଳନ ହଟିଥିଲା । ସେହିଭଳି ଜରପଡା ଥାନା ଦୁର୍ଗାପୁର ଠାରେ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ବୋଲି ଜଣା ପଡିଛି । Advertisement
କୋଶଳା ଆନ୍ଦୋଳନକାରୀଙ୍କୁ ଜେଲରେ ଭେଟିଲେ ମହେଶ ସାହୁ ଅନୁଗୁଳ – ନିଜର ହକ ପାଇଁ , ସରକାରୀ ନିୟମର ପାଳନ ଦାବି କରି ୩୫ ଦିନ ହେଲା ଜେଲରେ ଗ୍ରାମର ଶିକ୍ଷିତ ଯୁବକ । ହକ…
ପାଣିରେ ବୁଡି ଗ୍ରାମରକ୍ଷୀଙ୍କ ମୃତ୍ୟୁ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ସିବିଡା ଗ୍ରାମର ଏକ ନାଳରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡ଼ା ଥାନାରେ…
ଚିନ୍ତା ବଢାଇଲାଣି କରୋନାର ଦ୍ଵିତୀୟ ଲହର – ଜିଲ୍ଲାରେ ବଢି ଚାଲିଛି ସଂକ୍ରମଣ ଅନୁଗୁଳ – ଶିଲ୍ପନଗରୀ ଅନୁଗୁଳ ଜିଲ୍ଲାରେ ବଢି ଛାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ପୁଲିସ…