ମୁଖ୍ୟ ଖବର ହାତୀଦାନ୍ତ ଜବତ Angul OnlineMay 27, 2021May 27, 2021 ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରୁ ବନବିଭାଗ ଏକ ହାତୀଦାନ୍ତ ଠାବ କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁ ନିକଟରେ ଥିବା ମିରିଗେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗତ ୨୪ ତାରିଖ ସୋମବାର ସନ୍ଧ୍ୟା ସମୟରେ କିଛି ବନ ବିଭାଗ କର୍ମୀମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଜଙ୍ଗଲ ନିକଟରେ ଥିବା ଏକ ପଡିଆରେ ସେମାନେ ଏକ ହାତୀ ଦାନ୍ତ ପଡିଥିବା ଦେଖିବାକୁ ପାଇଥିଲେ । ୱାଚର ଅଜୟ ପ୍ରଧାନ ଦାନ୍ତକୁ ଦେଖି ବନରକ୍ଷୀଙ୍କୁ ଦେଇଥିଲେ । ଉକ୍ତ ବନରକ୍ଷୀ ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକଙ୍କ ଜିମାରେ ଆଣି ସେଇ ହାତୀଦାନ୍ତକୁ ଦେଇଥିଲେ । ହାତୀ ଦାନ୍ତର ଲମ୍ବ ୫୦ ସେମି ହୋଇଥିବା ବେଳେ ଓଜନ ୩ କେଜି ୬ ଶହ ଗ୍ରାମ ଥିବା ଜଣାପଡିଛି । ହାତୀମାନେ ନିଜ ନିଜ ଭିତରେ ଲଢେଇ କରିବା ବେଳେ ହାତୀ ଦାନ୍ତ ଭାଙ୍ଗି ଏଭଳି ପଡିଥିବା ଅନୁମାନ କରା ଯାଉଛି । ତେବେ ପ୍ରକୃତରେ କିଭଳି ହାତୀ ଦାନ୍ତ ସେଠାରେ ପଡିଲା ସେ ନେଇ ତଦନ୍ତ କରା ଯାଉଥିବା ଏବଂ ତଦନ୍ତ ପରେ ଘଟଣାର ସ୍ପଷ୍ଟତା ହେବ ବୋଲି ରେଞ୍ଜର ମାଧବଚନ୍ଦ୍ର ନାଏକ କହିଛନ୍ତି । Advertisement
ଡିକି ଭାଙ୍ଗି ଲୁଟ – ଲୁଟେରାଙ୍କୁ କାବୁ କରିବାକୁ ଯାଇ ଯୁବକ ଆହତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସମୁଖ ବଜାରରୁ ଦିନ ଦିପ୍ରହରେ ମୋଟରସାଇକେଲ ଡିକିରୁ ୩୮ ହଜାର୫୦୦ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି…
ବହୁ ପ୍ରତୀକ୍ଷାର ଅନ୍ତ – ଅତ୍ୟାଧୁନିକ ବସ୍ ଟର୍ମିନାଲ୍ରୁ ଗଡିଲା ବସ୍ ଅନୁଗୋଳ – ଅନୁଗୋଳର ଅତ୍ୟାଧୁନିକ ବସ୍ ଟର୍ମିନାଲ୍ କାର୍ଯ୍ୟକ୍ଷମ ହେବା ନେଇ ପ୍ରତୀକ୍ଷାର ଅନ୍ତ ହୋଇଛି । ଜିଲ୍ଲାପାଳଙ୍କ ସହ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ବୈଠକରେ ପାର୍କିଂ ଦର…
ଯାତ୍ରୀବାହୀ ଘରୋଇ ବସକୁ ପାଞ୍ଚ ଲକ୍ଷ ଟଙ୍କା ଜୋରିମନା ପାଲଲହଡା – ବସକୁ 4 ଲକ୍ଷ 98 ହଜାର ଜୋରିମନା । ସିଂହବାହିନୀ ନାମକ ଏକ ଘରୋଇ ବସ କୁ ତାଳଚେର ପରିବହନ ଅଧିକାରୀ ବିଭିନ୍ନ ପରିବହନ…