ଆଞ୍ଚଳିକମୁଖ୍ୟ ଖବର ଗାଁ ଭିତରେ ଉତ୍ପାତ କଲା ଦନ୍ତା – ଘର ଭାଙ୍ଗିବା ସହ ଫସଲ ଉଜାଡ଼ିଲା Angul OnlineJanuary 18, 2021January 18, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଦାନତା ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ଏଗାରଟାରେ ଦନ୍ତା ହାତୀ ଆସି ପ୍ରାଭାକର ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଘର ଅଜବେଷ୍ଟସ ଛପର ଭାଙ୍ଗି ବସ୍ତାରେ ଥିବା ଧାନ ଖାଇବା ସହିତ ଟେବୁଲ ଓ ସାଇକେଲ ଭାଙ୍ଗି ନଷ୍ଟ କରିଦେଇଥିବା ସୂଚନା ମିଳିଛି । ଏହା ସହ ତାଙ୍କ ବାଡ଼ିରେ ଥିବା ପନିପରିବା ଖାଇବା ସହ ଦନ୍ତା ସେସବୁକୁ ଦଳିଚକଟି ନଷ୍ଟ କରିଦେଇଛି । ପ୍ରାୟ ତିନି ଘଣ୍ଟା ଧରି ହାତୀ ଉପଦ୍ରବ ଚଳେଇଥିଲା । ପରେ ଏହି ଦନ୍ତା ହାତୀକୁ ଘଉଡ଼େଇବା ପାଇଁ ସ୍ଥାନୀୟ ଲୋକେ ନିଆଁ ହୁଳା ଦେଖାଇବା ସହ ବାଣ ଫୁଟେଇ ଥିଲେ । ଦନ୍ତାଟି ପରେ ପାଖ ଜଙ୍ଗଲକୁ ଚାଲି ଯାଇଥିଲା । ତେବେ ବାରମଞ୍ଚା ଗାଁ ଭିତରକୁ ହାତୀ ଆସି ଏଭଳି ଉତ୍ପାତ କରିବା ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି । Advertisement
ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତାହାତୀ ର ଗଳିତ ମୃତଦେହ ଠାବ ହୋଇଛି…
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି …
ଆଖୁ ଖାଇବାକୁ ଆସି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆଖୁ ଖାଇବାକୁ ଯାଇ ବିଲରେ ଦିଆ ଯାଇଥିବା ବିଦ୍ୟୁତ ତାରବାଡରେ ଲାଗି ହାତୀର…