ଆଞ୍ଚଳିକ ଟ୍ରକ ଧକ୍କାରେ ପରିବେଶପ୍ରେମୀ ମୃତ Angul OnlineJanuary 16, 2022January 16, 2022 ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଛକ ନିକଟରେ ଶନିବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଟ୍ରକ୍ ଧକ୍କା ରେ ଜଣେ ଯୁବ ବ୍ୟବସାୟୀ ତଥା ପ୍ରକୃତିପ୍ରେମୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲାର ଚନ୍ଦନ ଚୌହାନ । ଚନ୍ଦନ ନାଲକୋ ସେଣ୍ଟ୍ରାଲ ମାର୍କେଟରେ ଏକ ଆକ୍ୱରିଅମ୍ ଦୋକାନ କରିଥିବା ବେଳେ ସାପ ଧରିବା , ଆଘାତପ୍ରାପ୍ତ ଗାଈଗୋରୁଙ୍କ ସେବା କରିବା ତଥା ପଶୁ ପକ୍ଷୀଙ୍କ ସେବା କରିବା ତାଙ୍କ ନିଶା ଥିଲା । ରାତିରେ ସେ କୌଣସି କାମ ସାରି ଜାତୀୟ ରାଜପଥ ୫୫ ରେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଦୁଇ ଘଣ୍ଟା ଧରି ରାସ୍ତା ଜାମ ହୋଇଯାଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ଟ୍ରାଫିକ କ୍ଲିଅର କରିଥିଲା । Advertisement
ଜାତୀୟ ପ୍ରେସ ଦିବସ ପାଳିତ – ସୁଧୀରେନ୍ଦ୍ର ପରିଜା ସମ୍ମାନିତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ସଦର ମହକୁମାଠାରେ କାର୍ଯ୍ୟରତ…
ଦୁର୍ଘଟଣାରେ ମୋଟରସାଇକେଲ ଆରୋହି ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ଗୌଡସାହି ନିକଟରେ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ…
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…