ଆଞ୍ଚଳିକ ଟ୍ରକ ଧକ୍କାରେ ପରିବେଶପ୍ରେମୀ ମୃତ Angul OnlineJanuary 16, 2022January 16, 2022 ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଛକ ନିକଟରେ ଶନିବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଟ୍ରକ୍ ଧକ୍କା ରେ ଜଣେ ଯୁବ ବ୍ୟବସାୟୀ ତଥା ପ୍ରକୃତିପ୍ରେମୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲାର ଚନ୍ଦନ ଚୌହାନ । ଚନ୍ଦନ ନାଲକୋ ସେଣ୍ଟ୍ରାଲ ମାର୍କେଟରେ ଏକ ଆକ୍ୱରିଅମ୍ ଦୋକାନ କରିଥିବା ବେଳେ ସାପ ଧରିବା , ଆଘାତପ୍ରାପ୍ତ ଗାଈଗୋରୁଙ୍କ ସେବା କରିବା ତଥା ପଶୁ ପକ୍ଷୀଙ୍କ ସେବା କରିବା ତାଙ୍କ ନିଶା ଥିଲା । ରାତିରେ ସେ କୌଣସି କାମ ସାରି ଜାତୀୟ ରାଜପଥ ୫୫ ରେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଦୁଇ ଘଣ୍ଟା ଧରି ରାସ୍ତା ଜାମ ହୋଇଯାଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ଟ୍ରାଫିକ କ୍ଲିଅର କରିଥିଲା । Advertisement
ପପୁ ତ୍ରିପାଠୀ ହେଲେ ନିର୍ବାହୀ ଅଧିକାରୀ ଅନୁଗୁଳ – ଅନୁଗୁଳର ପପୁ ତ୍ରିପାଠୀ ନାମରେ ପରିଚିତ ସତ୍ୟ ପ୍ରକାଶ ତ୍ରିପାଠୀ ହେଲେ ଚାନ୍ଦବାଲି ଏନ ଏ ସି ର ନିର୍ବାହୀ ଅଧିକାରୀ । ଆଜି…
ଗେଲ ଇଣ୍ଡିଆର ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ ତାତିଲେ ଗ୍ରାମବାସୀ – ଘେରିଲେ ତହସିଲ ଅଫିସ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳ ଦେଇ ଯାଉଥିବା , ଧାମରା ଗ୍ୟାସ ପାଇପ ଲାଇନ ନିମନ୍ତେ ଗେଲ ଇଣ୍ଡିଆ ଲିମିଟେଡ ଦ୍ବାରା ଛେଣ୍ଡିପଦା…
୧୫୮ ୟୁନିଟ ରକ୍ତ ସଂଗ୍ରହ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଶଳା ଠାରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ମିଳିତ ଆନୂକୁଲ୍ୟରେ…