ଆଞ୍ଚଳିକ ଟିଟିପିଏସ ଟାଉନସିପ୍ ସୁରକ୍ଷାକର୍ମୀଙ୍କ ଧାରଣା Angul OnlineMarch 25, 2022March 25, 2022 ଅନୁଗୁଳ – ବକେୟା ଦରମା ଓ ଅନ୍ୟାନ୍ୟ ଦାବି ନେଇ ସୁରକ୍ଷାକର୍ମୀଙ୍କ ଧାରଣା । ଶୁକ୍ରବାର ତାଳଚେର ଥର୍ମାଲ ଟାଉନସିପ୍ ରେ ନିୟୋଜିତ ଜସମିତ ଚୌହ୍ଵାନ ସିକ୍ୟୁରିଟି ଏଜେନ୍ସିର ସୁରକ୍ଷାକର୍ମୀମାନେ ବିଭିନ୍ନ ଦାବି ନେଇ ସ୍ଥାନୀୟ ସୁରକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ , ଏନଟିପିସି/ଟିଟିପିଏସରେ ନିୟୋଜିତ ସମସ୍ତ ସଂସ୍ଥା ସେମାନଙ୍କର ମାସିକ ଦରମା ଠିକ୍ ସମୟରେ ପାଉଥିବା ବେଳେ ଜସମିତ ଚୌହ୍ଵାନ ସିକ୍ୟୁରିଟି ଏଜେନ୍ସି ଜରିଆରେ କାମ କରୁଥିବା ୫୦ରୁ ଊର୍ଦ୍ଧ୍ୱ ଘରୋଇ ସୁରକ୍ଷାକର୍ମୀଙ୍କୁ ନିୟମିତ ଦରମା ମିଳୁନାହିଁ । ଗତ ୪ ମାସ ହେଲାଣି ଦରମା ନମିଳିବାରୁ ସେମାନଙ୍କ ଦ୍ଵାରା ପରିବାର ଚଳାଇବା କଷ୍ଟକର ହୋଇ ପଡିଲାଣି । ଏମିତିକି ପିଲାମାନଙ୍କର ପାଠପଢ଼ା, ଘରଭଡ଼ା ଖର୍ଚ୍ଚ ବହନ କରିବାକୁ ବି ଏବେ ଅସମର୍ଥ ହୋଇ ପଡ଼ିଛନ୍ତି । ମୁଖ୍ୟତଃ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ଏଜେନ୍ସିରେ ସୁରକ୍ଷାକର୍ମୀଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ଇଏସଆଇରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇନାହିଁ । ଫଳରେ ବୟସର ଅପରାହ୍ନରେ ସେମାନେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ଏଜେନ୍ସିରେ ଯୋଗ ଦେବା ପରଠାରୁ ସେମାନେ ପିଏଫ୍ ଟଙ୍କା ବି ପାଇପାରୁନାହାନ୍ତି । ଏ ନେଇ ସେମାନେ ଡାଇରେକ୍ଟର ଜେନେରାଲ ଅଫ୍ ରିସେଟେଲମେଣ୍ଟ (ମିନିଷ୍ଟ୍ରି ଅଫ୍ ଡିଫେ୍ନସ)ଙ୍କୁ ଏକ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ସହ ତାଳଚେର ଥର୍ମାଲ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ତେବେ ଯଦି ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କୁ ବକେୟା ଦରମା ନ ମିଳେ ତେବେ ଏପ୍ରିଲ ପହିଲାରୁ ସମସ୍ତ ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇ ଧାରଣାରେ ବସିଥିଲେ । ପରେ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାସୁଝା କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବାପରେ ସୁରକ୍ଷାକର୍ମୀମାନେ ଧାରଣା ପ୍ରତ୍ୟାହୃତ କରିଥିବା ଜଣାଯାଇଛି । Advertisement
ଡିଜେଲ ଟାଙ୍କି ମରାମତି ବେଳେ ଅଘଟଣ – ଟାଙ୍କି ଫାଟି ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହେମସୁରପଡା ଅଞ୍ଚଳରେ ଅଘଟଣ । ଡ଼ିଜେଲ ଟାଙ୍କି ଫାଟି ଦୁଇ ଗୁରୁତର । ଦୁଇ ଗୁରୁତର ମାନେ ହେଲେ…
ଜନଶୂନ୍ୟ ଗାଁ ‛କୁରୁଡୁ’ – ଷାଠିଏ ପରିବାରରୁ ଆଉ ଅଛନ୍ତି ଆଉ ଚାରି ବନ୍ତଳା – ଏକଦା ଗାଁ ଦାଣ୍ଡରେ ଲାଗିରହୁଥିଲା ଗହଳିଚହଳି । ସକାଳୁ ଚଷା ପୁଅ ନିଜର ହଳଲଙ୍ଗଳ ଧରି କ୍ଷେତକୁ ବାହାରି ଯାଉଥିଲା । ମେଳା ମହୋତ୍ସବରେ…
ସାମ୍ବାଦିକ ରଘୁନାଥଙ୍କ ଶ୍ରାଦ୍ଧ ବର୍ଷିକୀ ଉପଲକ୍ଷେ ରକ୍ତଦାନ ଶିବିର ଅନୁଗୋଳ – ଅନୁଗୋଳ ଜିଲ୍ଲାର ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ମୃତ୍ୟୁର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।…