ଆଞ୍ଚଳିକ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ପାଳିତ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲରେ କୋଭିଡ ନିତୀନିୟମ ସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ‘ଅଭିନନ୍ଦନମ -୨୦୨୧’ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ମୂଖ୍ୟ ଅତିଥି ଭାଵରେ ଡ. ଧରଣୀଧର ନାଥ ଯୋଗଦେଇ ଉପସ୍ଥିତ ଜେଜେ ମା’ ଏବଂ ଜେଜେ ବାପାଙ୍କୁ ସମ୍ମାନିତ କରିଥିଲେ । ରୋଟାରୀ ପବ୍ଲିକ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ରୋଟାରିଆନ ନିଖିଲ ରଞ୍ଜନ ମିଶ୍ର ଏବଂ କୋଷାଧ୍ୟକ୍ଷ ନିର୍ମଳ କୁମାର ମିଶ୍ର ଯୋଗଦେଇ ଆଜିର ସମାଜରେ ଜେଜେ ଵାପା ଏବଂ ଜେଜେ ମା’ଙ୍କ ଆବଶ୍ୟକତା ଏବଂ ଅବଦାନ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ଜେଜେ ଵାପା ଏବଂ ଜେଜେ ମା’ ନୂଆ ପିଢିର କଳିକା ମାନଙ୍କୁ ସଠିକ ମାର୍ଗରେ ଦିଗଦର୍ଶନ ଦେଵା ସହ ଵିଦ୍ୟାଳୟର ଏହି ସ୍ଵତନ୍ତ୍ର ପ୍ରୟାସ ପାଇଁ ଧନ୍ୟଵାଦ ଏବଂ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଵେହେରା , ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା, କାର୍ଯ୍ୟକ୍ରମ ପରିଚାଳିକା ଅନୁଭା ମିଶ୍ର ଏବଂ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ଦାଶଙ୍କ ତତ୍ଵାଵଧାନରେ ଆୟୋଜିତ ଏହି ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଵିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । Advertisement
ଟ୍ରକରେ ଲୋଡିଙ୍ଗ ଦେବାକୁ କମ୍ପାନୀ ଅମଙ୍ଗ – ଚାଲୁ ରହିବ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ଥିବା ଜିନ୍ଦଲ ଓ ନାଲକୋ କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଆଜି ପ୍ରଶାସନ ମଧ୍ୟସ୍ଥତାରେ କମ୍ପାନୀ ଓ…
କାର୍ଗିଲ ବିଜୟ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୩ ତମ କାର୍ଗିଲ ବିଜୟ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଅନୁଗୁଳ ପୌରପାଳିକାର ପୌରାଧ୍ୟକ୍ଷ…
ସାବରମତି ଆଶ୍ରମ ଆଧୁନିକୀକରଣର ପ୍ରତିବାଦ ଅନୁଗୁଳ – ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଗୁଜରାଟ ଓ ଭାରତ ସରକାର ଆଧୁନିକୀକରଣ ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଯାହାକୁ…