ଆଞ୍ଚଳିକ ଦୁର୍ଗା ପୂଜା ସମିତି ଅମଲାପଡାର ନୂତନ କର୍ମକର୍ତ୍ତା ଚୟନ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ଦୁର୍ଗା ପୂଜା ସମିତି ଅମଲାପଡାର ଚଳିତ ବର୍ଷ ମା ଦୁର୍ଗାଙ୍କ ଶାରଦୀୟ ପୂଜା ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ ଅମଲାପଡାସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଶ୍ରୀ ଭକ୍ତି ପ୍ରସାଦ ଦାସ ସଭାପତି , ତପନ ଦାସ କାର୍ଯ୍ୟକାରୀ ସଭାପତି , ନରୋତମ ମହାନ୍ତି , ଅଜୟ ପଟ୍ଟନାୟକ ଉପସଭାପତି , ଦୀପକ କୁମାର ସାମାନ୍ତ ସାଧାରଣ ସମ୍ପାଦକ , ତୋଫାନ ତ୍ରିପାଠୀ ଓ ସୁକାନ୍ତ ସାହୁ ସହ ସମ୍ପାଦକ , ଜ୍ୟୋତିରଞ୍ଜନ ପଟ୍ଟନାୟକ କୋଷାଧକ୍ଷ ଓ ଜ୍ୟୋତି ପ୍ରକାଶ ତ୍ରିପାଠୀଙ୍କୁ ସହ କୋଷାଧ୍ୟକ୍ଷ ଭାବେ ସର୍ବସମତି କ୍ରମେ ୨୦୨୧ ମସିହା ଦୁର୍ଗା ପୂଜାର ସୁପରିଚାଳନା ପାଇଁ ମନୋନୀତ କରାଯାଇଛି । ନୂତନ କମିଟିର କାର୍ଯ୍ୟକାଳ ୧ ବର୍ଷ ପାଇଁ ରହିଥିବା ବେଳେ , ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର କୋଭିଡ ଗାଇଡ଼ ଲାଇନ ମୁତାବକ ପୂଜା ବିଧି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପୂର୍ବରୁ ପ୍ରାକ୍ତନ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାମନ୍ତ ପୂର୍ବ ବର୍ଷ ଦୁର୍ଗା ପୂଜା ର ଆୟ ଓ ବ୍ୟୟ ସଂକ୍ରାନ୍ତିୟ ତଥ୍ୟ ଉପସ୍ଥାପନ କରିଥିଲେ । Advertisement
ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର ନୂଆଦିଲ୍ଲୀ / ଭୁବନେଶ୍ବର – ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ…
ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଗୋଳ – ଅନୁଗୋଳ ଶିଶୁ ବିଦ୍ୟା ମନ୍ଦିର ଅଡିଟୋରିୟମ ରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା…
ପଞ୍ଚାୟତିରାଜ ଦିବସରେ ସମ୍ମାନିତ ହେଲେ ବିଭିନ୍ନ ପଞ୍ଚାୟତ ଅନୁଗୁଳ – ସ୍ଥାନୀୟ ବିଜୁମଇଦାନ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ମହସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ଶ୍ରୀ…