ଅପରାଧ ମାତାଜୀଙ୍କୁ ଦୁଷ୍କର୍ମ ଅଭିଯୋଗ – ଗିରଫ ହେଲେ ବାବାଜୀ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ଗାଁରେ ଜଣେ ମାତାଜୀଙ୍କୁ ଦୁଷ୍କର୍ମକରି ଜଣେ ବାବାଜୀ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ମଧୁପୁର ଗାଁର ଏକ କୋଠଘରେ ୬୫ ବର୍ଷୀୟ ହରିହର ନାଏକ ନାମକ ଜଣେ ବାବା ରହି ଆସୁଥିଲେ । ଗତ ୩ ମାସ ହେବ ସେଠାରେ ଆଉ ଜଣେ ମହିମା ଧର୍ମାବଲମ୍ବି ମାତା ମଧ୍ୟ ଆସି ଆଶ୍ରୟ ନେଇଥିଲେ । ତେବେ ମାତା ଜଣଙ୍କୁ ଏକୁଟିଆ ପାଇ ବାବା ହରିହର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ଧମକ ଦେଇ ବାରମ୍ବାର ମାତାଜୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । କିନ୍ତୁ ବାବବାଜିଙ୍କ ଏଭଳି ଆଚରଣ ଅତ୍ୟଧିକ ହେବାରୁ ମାତା ଏ ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ବାବା ହରିହରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚାଞ୍ଚଲ୍ୟ ଖେଳାଇ ଦେଇଛି । Advertisement
ମୋବାଇଲରେ ଖେଳ ହେଲା କାଳ – ବାପ-ମା ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ସାଇବର ଲୁଟେରା ଅନୁଗୋଳ – ବାପା-ମା ଙ୍କ ମୋବାଇଲରେ ପୁଅ ଖେଳିବା ବାପ-ମାଙ୍କ ପାଇଁ କାଳ ହୋଇଛି । ପୁଅର ସାମାନ୍ୟ ଭୁଲ ଯୋଗୁଁ ବାପ-ମାଙ୍କ ଆକାଉଣ୍ଟରୁ ୨ ଲକ୍ଷ…
କଲେଜ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଲେଜ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଖମାର ଥାନା ବେଠିଆ…
ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣେ ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ, ଅନୁଗୁଳ ସଦର…